ପୌନର୍ଭବା
ଦେଖଣା
ପୌନର୍ଭବା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୁନର୍ଭୁ+ ଅ+ ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବରପୂର୍ବା କନ୍ୟା; ଯେଉଁ କନ୍ୟା ଥରେ ଜଣେ ସ୍ୱାମୀଙ୍କୁ ଅର୍ପିତ ହୋଇଥାଏ — ୧. A girl who has been formall betrothed or joined to a husband by words or by ceremonial rites.
[ଦ୍ରଷ୍ଟବ୍ୟ —କାଶ୍ୟପଙ୍କ ମତରେ ୧. ବାଗ୍ଦତ୍ତା ୨. ମନୋଗତ୍ତା, ୩. କୃତକୌତୁକମଙ୍ଗଳା (ଯାହା ହାତରେ କୌତୁକକସୂତ୍ର ବନ୍ଧା ହୋଇ ସାରି ଥାଏ), ୪. ଉଦକସ୍ପର୍ଶିତା (ଯାହା ଉପରେ କୋଇଲି ବୁଡ଼ ପାଣି ଛିଞ୍ଚା ହୋଇ ସାରି ଥାଏ), ୫. ପାଣିଗୃହତିକା (ଯାହାର ପାଣିଗ୍ରହଣ ବା ହାତଗଣ୍ଠି ବିଧି ବେଦୀ ଉପରେ ସରି ଯାଇଥାଏ), ୬. ଅଗ୍ନି ପରିଗତା (ଯାହାର ବେଦୀ ଉପରେ ସ୍ୱାମୀ ସଙ୍ଗେ ହୋମ ସରି ଯାଇଥାଏ),ଓ ୭. ପୁନର୍ଭୁପ୍ରଭବା; ଏପରି ୭ ପ୍ରକାର କନ୍ୟାଙ୍କୁ ପୌନର୍ଭବା କନ୍ୟା ବୋଲାଯାଏ ହିନ୍ଦୀ - ଶ. ]