ପ୍ର
ଦେଖଣା
ପ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ଅ—(ଉପସର୍ଗ) (ପ୍ରଥ. ଧାତୁ=ବିଖ୍ୟାତ ହେବା+ଅ; ତୁଳ. ଲାଟିନ୍ ଉପସର୍ଗ ପ୍ରୋ=ସମ୍ମୁଖରେ, ନିମନ୍ତେ ଓ ପ୍ରି=ପୂର୍ବେ, ପ୍ରଥମେ ଓ ଇଂରାଜୀ - ଉପସର୍ଗ ଫୋର= ପୂର୍ବରୁ, ପ୍ରଥମରୁ)
[ସମ୍ପାଦନା]ବିଂଶତି ଉପସର୍ଗ ମଧ୍ୟରୁ ଏକତମ; ଯାହା ନିମ୍ନଲିଖିତ ଅର୍ଥରେ ଧାତୁ ପୂର୍ବେ ବ୍ୟବହୃତ ହୁଏ —A prefix implying:-
- ୧. ଖ୍ୟାତି (ଯଥା ପ୍ରସିଦ୍ଧ) —୧. fame; renown.
- ୨. ଉତ୍କର୍ଷ; ପ୍ରକର୍ଷ (ଯଥା—ପ୍ରକର୍ଷ, ପ୍ରଗୁଣ) — ୨. Excellence.
- ୩. ଆଧିକ୍ୟ; ବିଶେଷ; ଇତିଶୟ (ଯଥା—ପ୍ରମତ୍ତ ଓ ପ୍ରବାଦ) — ୩. Excess; very much; intensity.
- ୪. ସର୍ବତୋ ଭାବ; ସମ୍ପୂର୍ଣ୍ଣତା (ଯଥା—ପ୍ରଭୂକ୍ତ) — ୪. Fullness; completeness.
- ୫. ଆରମ୍ଭ —୫. Beginning.
- ୬. ଉଦ୍ଭବ; ଉତ୍ପତ୍ତି (ଯଥା—ପ୍ରଭବ) — ୬. Birth; source.
- ୭. ପ୍ରଥମର ଭାବ; ପ୍ରାଥମ୍ୟ (ଯଥା—ପ୍ରାହ୍ଣ) — ୭. Priorty.
- ୮. ଆଚରଣ; ବ୍ୟବହାର — ୮. Conduct; treatment.
- ୯. ଗତି (ଯଥା—ପ୍ରସ୍ଥାନ) —୨. Motion; forth; out (as in go forth; set out).
- ୧. ରୀତି —୧୦. Usage.
(ଯଥା—ବିଶେଷ୍ୟ ଓ ବିଶେଷଣ ପୂର୍ବେ ଏ ଉପସର୍ଗ ନିମ୍ନଲିଖିତ ଅର୍ଥରେ ବ୍ୟବହୃତ ହୁଏ—ମନିଅର୍. ଉଇଲିୟମ୍) ===
- ୧୧. କ୍ଷମତା (ଯଥା—ପ୍ରଭୂ) —୧୧. Power (Apte).
- ୧୨. ଅଭାବ; ବିଚ୍ଛେଦ(ଯଥା—ପ୍ରେଷିତ, ପ୍ରପର୍ଣ୍ଣ) — ୧୨. Destitution; separation (Apte).
- ୧୩. ନିର୍ମଳତା (ଯଥା—ପ୍ରସନ୍ନ) — ୧୩. Purity (Apte).
- ୧୪. ଇଚ୍ଛା (ଯଥା—ପ୍ରାର୍ଥନା) —୧୪. Wish (Apte).
- ୧୫. ରାହିତ୍ୟ (ଯଥା—ପ୍ରଶମ) — ୧୫. Cessation (Apte).
- ୧୬. ସମ୍ମାନ (ଯଥା—ପ୍ରାଂଜଳ) — ୧୬. Adoration; respect (Apte).
- ୧୭. ଆଗୁଆ; ଅଗ୍ରେ (ଯଥା—ପ୍ରସ୍ଥାନ) — ୧୭. Before; forward; forth.
- ୧୮. ଅତ୍ୟନ୍ତ (ଯଥା—ପ୍ରଚଣ୍ଡ) — ୧୮. Too much; excessively.
- ୧୯. ଅଧିକ ଦୂରବର୍ତ୍ତୀ (ଯଥା—ପ୍ରତିତାମହ; ପ୍ରପୌତ୍ର) — More distant.
- ୨. ମସ୍ୟକ୍ରୂପେ (ଯଥା—ପ୍ରଦାନ) — ୨୦. Out and out; completely.
- ୨୧. ପ୍ରଶସ୍ତ (ଯଥା—ପ୍ରଗ୍ରୀବ) —୨୧. Broad.
(ଯଥା—ଉପସର୍ଗଯୁକ୍ତ ସଂସ୍କୃତ ଶବ୍ଦମାନ କବିତାରେ ଓ ଗ୍ରାମ୍ୟ ବ୍ୟବହାରରେ ସମୟ ସମୟ 'ପର' ରୂପେ ବ୍ୟବହୃତ ହୁଏ ଯଥା—ପ୍ରକାଶ=ପରକାଶ; ପ୍ରମାଦ—ପରମାଦ; ପ୍ରମତ୍ତ=ପରମତ୍ତ ଇତ୍ୟାଦି)