ପ୍ରକରଣ
ଦେଖଣା
ପ୍ରକରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ସମ୍ୟକରୂପେ କରଣ —୧. Doing a thing excellently.
- ୨. ସର୍ଜନ; ନିର୍ମାଣ; ଉତ୍ପାଦନ — ୨. Creation; production.
- ୩. କାର୍ଯ୍ୟ —୩. Act.
- ୪. ଘଟନା; କାଣ୍ଡ; ବ୍ୟାପାର — ୪. Affair; event; matter.
- ୫. ପ୍ରଭେଦ —୫. Difference; distinction.
- ୬. ଉପାୟ; କୌଶଳ —୬. Means; artifices.
- ୭. ପ୍ରକାର —୭. Kind; species.
- ୮. ବିଷୟ; ପ୍ରସଙ୍ଗ —୮. Topic; subject- matter.
- ୯. ପ୍ରବନ୍ଧ —୯. Eassay.
- ୧. ପ୍ରସ୍ତାବ —୧୦. Proposal; discourse.
- ୧୧. ସମ୍ମାନକରଣ —୧୧. Showing respect.
- ୧୨. ଭୂମିକା; ଅବତରଣିକା —୧୨. Introduction.
- ୧୩. ନାଟକର ପୂର୍ବାଭାଷା — ୧୩. Prologue to a drama; prelude.
- ୧୪. ଗ୍ରନ୍ଥାଂଶ; ଅଧ୍ୟାୟ; ପରିଚ୍ଛେଦ — ୧୪. Chapter; section of a book.
- ୧୫. କୌଣସି ଗୋଟିଏ ପ୍ରସଙ୍ଗ ବିଷୟକ ଗ୍ରନ୍ଥ — ୧୫. A monologue; treatise; monograph.
- ୧୬. ପାଦ; ରଚନାର ଅଂଶ ବା ବିଭାଗ —୧୬. Paragraph.
- ୧୭. ନାଟକର ପ୍ରକାରଭେଦ; ଯେଉଁ ନାଟକରେ ସାମାଜିକ ପ୍ରତିକୃତି ଏବଂ ପ୍ରେମ ବିଷୟକ ବର୍ଣ୍ଣନା ଥାଏ — ୧୭. A society-and-love-drama.
[ଦ୍ରଷ୍ଟବ୍ୟ —ପ୍ରକାରଣ ନାଟକ ଶ୍ରେଣୀୟ, କିନ୍ତୁ ନାଟକରଠାରୁ ହୀନ ଏହା ସାମାଜିକ ଆଚାର ବ୍ୟବହାର ଓ ପ୍ରେମ ବର୍ଣ୍ଣନା ବିଷୟ ଅବ— ଲମ୍ୱନରେ ଲିଖିତ ହୋଇଥାଏ ପ୍ରକରଣ ନାଟକରେ ପ୍ରେମବିଷୟକ ସାମାଜିକ ଚିତ୍ର ଥାଏ ଏହା ଶୁଦ୍ଧ ଓ ସଂକୀର୍ଣ୍ଣ ଭେଦରେ ୨ ପ୍ରକାର; ଶୁଦ୍ଧ ପ୍ରକରଣରେ ନୟକ ଉଚ୍ଚ ବଂଶୀୟ ନୁହନ୍ତି ଓ ନାୟିକା ଭଦ୍ରପରିବାରପାଳିତା ସ୍ତ୍ରୀ ବା ସହଚରୀ ପ୍ରକରଣ କବିକଳ୍ପିତ ଲୌକିକ ଗଳ୍ପ ସାମାଜିକ ପ୍ରତିକୃତ ଓ ପ୍ରେମ ବର୍ଣ୍ଣନା ଏବଂ ଶୃଙ୍ଖାର ରସ ଏହାର ପ୍ରଧାନ ଅଙ୍ଗ ମୃଚ୍ଛକଟିକ, ମାଳତୀମାଧବ ଆଦି ଗ୍ରନ୍ଥ ଏହି ଶ୍ରେଣୀର ଅନ୍ତର୍ଗତ]