ପ୍ରକାଶିବା
ଦେଖଣା
ପ୍ରକାଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ପଦ୍ୟ)
[ସମ୍ପାଦନା]- ୧. ପ୍ରକାଶିତ ହେବା — ୧. To become visible; to appear.
- ୨. ପ୍ରକାଶିତ କରିବା; ଦର୍ଶାଇବା; ବ୍ୟକ୍ତ କରିବା — ୨. To exhibit; to give vent to.
କାମିନୀ ପ୍ରକାଶନ୍ତି ଭାବ ସଙ୍କେତେ—ରାଧାନାଥ, ମେଘଦୂତ
- ୩. କହିବା —୩. To say.
କଳକଣ୍ଠ କଳ କଳକୁ ଶୁଣିଲେ ପ୍ରକାଶେ ପ୍ରିୟ ମନୋରମ— ଭଞ୍ଜ. ପ୍ରେମସୂଧାନିଧି
- ୪. (ରାତ୍ରି) ପାହିବା —୪. (the night) To dawn.
ଏମନ୍ତେ ପ୍ରକାଶିଲା ନିଶି ଏବେ ହାରକାପୁରେ ପଶି—ରାଧାନାଥ, ଭାଗବତ
- ୫. ପ୍ରସ୍ଫୁଟିତ ହେବା; ଫୁଟିବା — ୫. To be blown; to expand.
ଦମୟନ୍ତୀ ହୃଦକମଳ ପ୍ରକାଶିଲା—କୃଷ୍ଣସିଂହ. ମହାଭାରତ. ବନ
- ୬. ପ୍ରଚାର କରିବା; ପ୍ରକଟିତ କିରବା —୬. To publish.