ପ୍ରକ୍ଷେପ
ଦେଖଣା
ପ୍ରକ୍ଷେପ
ଉଚ୍ଚାରଣ
[ସମ୍ପାଦନା](ପ୍ରକ୍ଷେପଣ—ଅନ୍ୟରୂପ)
(ପ୍ରକ୍ଷେପକ, ପ୍ରକ୍ଷେପଣୀୟ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+କ୍ଷିପ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ନିକ୍ଷେପ; ଫୋପାଡ଼ିବା —୧. Throwing; hurilng.
- ୨. ରଚନା; ବିନ୍ୟାସ — ୨. Deposit; arrangement.
- ୩. ଏକତ୍ର ବ୍ୟବସାୟ କରିବା ପାଇଁ ପ୍ରତ୍ୟେକ ଅଂଶୀଦାର ମୂଳ ଧନସ୍ୱରୂପ ଯେଉଁ ଟଙ୍କା ଜମା କରନ୍ତି — ୩. Capital put by each member of a firm into the common stock.
- ୪. ରଥ ବା ଗାଡ଼ିରେ ଚାଳକର ବସିବା ଆସନ — ୪. Box of a carriage; coach box (M.W.)
- ୫. (ସଙ୍ଗୀତ) ସିତାରଆଦି ଯନ୍ତ୍ରରେ କୌଣସି ସ୍ୱର ଆଳାପ କରିବା— ସମୟରେ ସେହି ସ୍ୱରର ଏକ ବା ଏକାଧିକ ସ୍ୱର ବ୍ୟବ— ଧାନରେ ନିମ୍ନ ପରଦାରେ ବାଆଁ ହାତର ଆଙ୍ଗୁଠିକୁ ଘଷି ଅବିଚ୍ଛେଦରେ ଅଧୋଗତିକୁ ଯିବା —୫. Act f descending to lower scales by moving the left fingers while playing on a stringed instrument with the right fingers.
- ୬. ପାଚନ ବା ତୈଳ ତିଆରି ହେଉଥିବା ବେଳେ ପାକ ପାତ୍ରରେ ଯାହା ପକାଇବାକୁ ହୁଏ — ୬. Ingredients thrown into the cooking pot in the course of preparing a decoction or medicinal oil.
- ୭. ମୂଳ ଗ୍ରନ୍ଥରେ ପରେ ଯୁକ୍ତ କରାଯାଇଥିବା ବିଷୟ — ୭. Interpolation.
- ୮. ଅନ୍ତର୍ନିବେଶନ —୮. Injection; insertion.
- ୯. ଏଣେ ତେଣେ ବିଞ୍ଚିବା — ୯. Scattering; strewing.
- ୧. ଜାହାଜ ଆଦି ଚଳାଇବା (ହିନ୍ଦୀ - ଶ.) — ୧୦. Plying of a boat or ship.