Jump to content

ପ୍ରଚାରକ

ଉଇକିଅଭିଧାନ‌ରୁ

ପ୍ରଚାରକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଚାରିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପ୍ର+ଚର୍ ଧାତୁ ଣିଚ୍+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ପ୍ରଚାରକାରୀ; ଯେ ପ୍ରଚାର କରେ — ୧. Preaching; circulating.


୨. ପ୍ରକାଶକାରୀ — ୨. Publishing; propagating.
୩. କୌଣସି ବସ୍ତୁର ପ୍ରଚଳନ ବୃଦ୍ଧିକାରୀ (ହିନ୍ଦୀ - ଶ) — ୩. Increasing the circulation of anything

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ପ୍ରଚାର କରିବା ବ୍ୟକ୍ତି — ୧. Preacher; circulator.
୨. ରଖୁଆଳ; ଗୋମେଷାଦିଙ୍କ ଜଗୁଆଳ — ୨. Tender of cattle pastor.
୩. ଧର୍ମଗତକୁ ସର୍ବସାଧାରଣରେ ପ୍ରକାଶ କରିବା ବ୍ୟକ୍ତି — ୩. A missionary; a religious preacher.
୪. ଯଜ୍ଞ, ହୋମ ଆଦି ସମୟରେ ଯେଉଁ ବ୍ରାହ୍ମଣ ପୋଥି ଧରି ପୁରୋହିତଙ୍କ ମନ୍ତ୍ରାଦି ପଢ଼ି ବତାଇବା ପାଇଁ ନିଯୁକ୍ତ ହୋଇ ଥାଆନ୍ତି; ପୁସ୍ତକାଚାର୍ଯ୍ୟ —୪. A Brāhmaṇa who is commissioned to read aloud the mantras from the book and direct the details of the rites performed during a sacrifice by the priest.