ପ୍ରଜା
ପ୍ରଜା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ରାଜ୍ୟ— ବାସୀ ଲୋକ —୧. The prople of a kingdom; the subjects.
- ୨. ରଇତ —୨. Tenant.
- ୩. ଜନ; ନର —୩. Person; individual.
- ୪. ପ୍ରାଣୀ —୪. Animal; living being.
- ୫. ସନ୍ତାନସନ୍ତତି; ଅପତ୍ୟ — ୫. Offspring; progeny.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେ ଜମିଦାର ଅଧୀନରେ ଜମି ଚାଷ କରେ — A raiyat; a person cultivating land under a landlord; tenant.
[ଦ୍ରଷ୍ଟବ୍ୟ —ପୂର୍ବକାଳରେ ରାଜ୍ୟର ସମସ୍ତ ଜମି ରାଜାଙ୍କର ଥିଲା ଏବଂ ପ୍ରଜାମାନେ ଜମି ଚାଷ କରି ଉତ୍ପନ୍ନ ଶସ୍ୟର ଅଂଶ ବା ତତପରିମିତ ଧନ ରାଜାଙ୍କୁ କରରୂପେ ଦେଉଥିଲେ ବର୍ତ୍ତମାନ ପ୍ରଜାଙ୍କଠାରୁ ରାଜକର ଆଦାୟ କରିବା ପାଇଁ ଇଂରାଜ ସରକାର 'ଜମିଦାର' ଓ 'ମଧ୍ୟସ୍ୱତ୍ତ୍ୱାଧିକାରୀ' ଶ୍ରେଣୀ ସୃଷ୍ଟି କରିଅଛନ୍ତି ଜମିଦାର ବା ମଧ୍ୟ— ସ୍ୱତ୍ୱାଧିକାରୀମାନେ ପ୍ରଜାଙ୍କଠାରୁ କର ଆଦାୟ କରି ତହିଁରୁ ଆପାଣର ନିର୍ଦ୍ଧିଷ୍ଟ ପାରିଶ୍ରମିକ ବା ମାଲିକାନା କାଟି ରଖି ବାକୀ ଟଙ୍କା ସରକାରରେ ଦାଖଲ କରନ୍ତି ବା ମଧ୍ୟସ୍ୱତ୍ତ୍ୱାଧିକାରୀମାନେ ତାଙ୍କ ପ୍ରଜାମାନଙ୍କଠାରୁ ଖଜଣା ଆଦାୟ ରି ଆପଣାର ପାରିଶ୍ରମିକ କାଟି ରଖି ଜମିଦାରଙ୍କୁ ଦିଅନ୍ତି ଜମିଦାର ଏ କାର୍ଯ୍ୟ ପାଇଁ ତାଙ୍କର ପାରିଶ୍ରମିକ ମଧ୍ୟ କାଟି ରଖନ୍ତି ଜମିଦାର ଓ ପ୍ରଜାଙ୍କ ମଧ୍ୟରେ ଚଳାଚଳର ସୁବିଧା ପାଇଁ ସରକାର ପ୍ରଜାସ୍ୱତ୍ୱ ଆଇନ କରିଅଛନ୍ତି ଏ ଆଇନଦ୍ୱାରା ପ୍ରଜାମାନଙ୍କୁ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି—ସ୍ଥିତିବାନ; ଦଖଲିସତ୍ୱଶୂନ୍ୟ, ସିକିମି, ଚାନ୍ଦନା, ଭାଗଦାର ନଗଦି ଓ ଉଠିବାଟି ମଝିରେ ମଝିରେ ସରକାର ସେଟଲମେଣ୍ଟ୍ କରି ପ୍ରଜାର ଜମି, ଜମା ଓ ସ୍ୱତ୍ୱ ତଦନ୍ତ କରି ସ୍ୱତ୍ୱଲିପି ପ୍ରସ୍ତୁତ କରନ୍ତି ଓ ତାହାର ନକଲ ଜମିଦାର ବା ମଧ୍ୟସ୍ୱତ୍ୱାଧିକାରୀ ଓ ପ୍ରଜା ଉଭୟଙ୍କୁ ଦିଅନ୍ତି ଜମିଦାରମାନେ ସରକାରରେ ନିୟମିତରୂପେ ରାଜସ୍ୱ ଦାଖଲ କରିବା ପାଇଁ ସରକାରଙ୍କ ସପକ୍ଷରେ କେତେକ ସର୍ତ୍ତସମ୍ୱଳିତ କବୁଲିୟତ ସମ୍ପାଦନ କରି ଦିଅନ୍ତି]