ପ୍ରଜାସ୍ୱତ୍ୱ ଆଇନ୍
ଦେଖଣା
ପ୍ରଜାସ୍ୱତ୍ୱ ଆଇନ୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଆଇନରେ ସରକାର, ଜମିଦାର ଓ ପ୍ରଜାଙ୍କର ପରସ୍ପର ସମ୍ପର୍କ ଓ ସ୍ୱତ୍ୱ ଆଦି ଲିପିବଦ୍ଧ କରିଥାଆନ୍ତି — Tenancy Act; law governing the relationship between a landlord and his tenants.
[ ଦ୍ର—ବର୍ତ୍ତମାନ ୧୯୧୩: ସାଲର ୩ ଆଇନକୁ ଓଡ଼ିଶାର ପ୍ରଜା— ସ୍ୱତ୍ୱ ଆଇନ ବୋଲାଯାଏ ଏଥିରେ ପ୍ରଜାମାନଙ୍କ ଶ୍ରେଣୀବିଭାଗ ଜମିଦାରଙ୍କୁ ଖଜଣା ଦେବାର ନିୟମ, ଖଜଣା ନ ଦେବା ପ୍ରଜା— ନାମରେ ମକଦ୍ଦମା, ପ୍ରଜାମାନଙ୍କର ବିଭିନ୍ନ ସ୍ୱତ୍ୱ; ପ୍ରକାର ଜମିର ଖରିଦ ବିକ୍ରି, ମଧ୍ୟସ୍ୱତ୍ୱ, ରଇତି, ଚାନ୍ଦନା ଆଦି ଜୋତରେ ପ୍ରଜାର ଭିନ୍ନ ଭିନ୍ନ ଅଧିକାର, ପ୍ରଜାର ଜମିରୁ ବେଦଖଲ କରିବା, ଜମିର ଉନ୍ନତି ବିଧାନ କରିବା, ଜମି ଛାଡ଼ି ଯିବା, ପ୍ରଜାଙ୍କୁ ପାଉତି ଦେବା ଆଦି ବିଷୟରେ ନିୟମ ଓ କଟକଣାମାନ ଲିପିବଦ୍ଧ ହୋଇଅଛି]