ପ୍ରଣାମ
ଦେଖଣା
ପ୍ରଣାମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ନମ୍ ଧାତୁ=ନଇଁବା; ନମସ୍କାର କରିବା+ ଭାବ. ଅ; ଣତ୍ୱ ବିଧାନ)
[ସମ୍ପାଦନା]- ୧. ପ୍ରଣତି; ଭକ୍ତି ପୂର୍ବକ ନମସ୍କାର — ୧. Obeisance; reverential salutation.
- ୨. ଜ୍ୟେଷ୍ଠ, ଶ୍ରେଷ୍ଠ ଓ ଗରିଷ୍ଠ ବ୍ୟକ୍ତିମାନଙ୍କ ସମ୍ମୁଖରେ ବା ଦେବପ୍ରତିମା ସମ୍ମୁଖରେ ବା ଈଶ୍ୱରଙ୍କୁ ଲକ୍ଷ୍ୟ କରି ମସ୍ତକକୁ ବା ଦେହକୁ ନତ କରି ହାତ ଯୋଡ଼ି ବା ଚରଣ ତଳେ ମୁଣ୍ଡ ଲଗାଇ ଅଭିବାଦନ କରିବା — ୨. Reverential salutation made to one's elder or respectable people or to God or to a Deity by bowing down one's body.
[ଦ୍ରଷ୍ଟବ୍ୟ —ପ୍ରଣାମ ସ୍ୱାପକର୍ଷକ ବ୍ୟାପର ଏବଂ ସାଧାରଣତଃ ୪ ପ୍ରକାର ଯଥା—ଅଭିବାଦନ, ପଞ୍ଚାଙ୍ଗ, ଅଷ୍ଟାଙ୍ଗ ଓ କରଶିରଃ— ସଂଯୋଗ
ଅଭିବାଦନ—ନାମୋଚ୍ଚାରଣ ପୂର୍ବକ କିମ୍ୱା ନମ୍ର ଉଚ୍ଚାରଣ ପୂର୍ବକ ନମସ୍କାର
ପଞ୍ଚାଙ୍ଗ ପ୍ରଣାମ—ବାହୁଦ୍ୱୟ, ଜାନୁଦ୍ୱୟ, ମସ୍ତକ, ବାକ୍ୟ ଓ ଦର୍ଶନେନ୍ଦ୍ରିୟ ଏହି ୫ଟିର ସଂଯୋଗରେ ନମସ୍କାର
ଅଷ୍ଟାଙ୍ଗ ବା ସାଷ୍ଟାଙ୍ଗ ପ୍ରଣାମ—ପଦଦ୍ୱୟ, ଜାନୁଦ୍ୱୟ, କରଦ୍ୱୟ, ବକ୍ଷଃସ୍ଥଳ, ମସ୍ତକ, ଦର୍ଶନେନ୍ଦ୍ରିୟ, ବାକ୍ୟ ଓ ମନ ଏହି ଆଠ ଗୋଟିର ସଂଯୋଗରେ ନମସ୍କାର
କରଶିରଃ ସଂଯୋଗ ପ୍ରଣାମ—ହସ୍ତ ଦ୍ୱୟକୁ ମୁଣ୍ଡରେ ଲଗାଇ କରିବା ନମସ୍କାର
କାୟିକ, ବାଚିକ ଓ ମାନସିକ ଭେଦରେ ମଧ୍ୟ ପ୍ରଣାମ ୩ ପ୍ରକାର]