Jump to content

ପ୍ରତାପ

ଉଇକିଅଭିଧାନ‌ରୁ

ପ୍ରତାପ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ତପ୍ ଧାତୁ=ତତାଇବା+ଭାବ. ଅ)

[ସମ୍ପାଦନା]
୧. ମହତ୍ତ୍ୱ; ପ୍ରଭାବ —୧. Dignity; greatness.
୨. ଐଶ୍ଚର୍ଯ୍ୟ —୨. Majesty.
୩. ପ୍ରଭୁଶକ୍ତି; ପ୍ରଭୁତ୍ୱ —୩. Mastery.
୪. ବଳ; ପରାକ୍ରମ; କ୍ଷମତା —୪. Might; power.
୫. ରାଜାଙ୍କର ଧନ, ଦଣ୍ଡ ଓ ସୈନ୍ୟାଦିଜନିତ ଶକ୍ତି — ୫. Regal majesty or dignity.
୬. ତେଜଃ —୬. Spirit; energy; vigour.
୮. ସାହସ; ବୀର୍ଯ୍ୟ; ବୀରତ୍ୱ —୮. Heroism; valour.
୯. ଔଜ୍ଜ୍ୱଲ୍ୟ; ଦୀପ୍ତି —୯. Splendour; radiance.
୧. ଆତପ; ଖରା —୧୦. Sunshine.
୧୧. ତାପ; ଗରମି —୧୧. Heat.
୧୨. ସନ୍ତାପ —୧୨. Burning heat.
୧୩. ଅର୍କଗଛ —୧୩. The swallow wart (plant).; Calotropis Gigantea.
୧୪. ମନସ୍ତାପ —୧୪. Regret; sorrow.
୧୫. ଯୁବରାଜଙ୍କ ଛତ୍ର (ହିନ୍ଦୀ - ଶ.) —୧୫. The regal umbrella held over the hea of the crown- prince.
୧୬. (ନାମ+କର୍ତ୍ତୃ. ଅ)—ରାମଚନ୍ଦ୍ରଙ୍କର ଜଣେ ସଖା — ୧୬. Name of a friend of Rāmachandra.

ଦେଶଜ - ବି—(ନାମ)

[ସମ୍ପାଦନା]

ସମ୍ରାଟ ଆକବରଙ୍କ ଅମଳରେ ରାଜପୁତନା ଅନ୍ତର୍ଗତ ମିବାର ରାଜ୍ୟରେ ରାଜତ୍ୱ କରୁଥିବା ଜନୈକ ପ୍ରସିଦ୍ଧ ରାଣା —A king of Mewar who was a contemporary of Akber the Great.

[ଦ୍ରଷ୍ଟବ୍ୟ —ଏ ବଡ଼ ପ୍ରତାପଶାଳୀ ରାଜା ଥିଲେ ଏ ଆକବରଙ୍କ ବଶ୍ୟତା ସ୍ୱୀକାର ନ କରି ତାହାଙ୍କ ସଙ୍ଗେ ବାରମ୍ୱାର ଯୁଦ୍ଧ କରିଥିଲେ]