ପ୍ରତାପରୁଦ୍ର ଦେବ
ପ୍ରତାପରୁଦ୍ର ଦେବ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ସ୍ୱାଧୀନ ଉତ୍କଳର ଜନୈକ ପ୍ରସିଦ୍ଧ ରାଜା —A famous king of Orissa.
[ଦ୍ରଷ୍ଟବ୍ୟ —ଏ କାଞ୍ଚିବିଜୟୀ ପୁରୁଷୋତ୍ତମ ଦେବଙ୍କ ଔରସରେ ତାଙ୍କ ପତ୍ନୀ କାଞ୍ଚିଜେମା ପଦ୍ମାବତୀଙ୍କ ଗର୍ଭଜାତ ସନ୍ତାନ ଏହାଙ୍କ ରାଜତ୍ୱ— କାଳରେ ବଙ୍ଗଦେଶରେ ପଠାଣମାନେ ଏକାଧିକବାର ଉତ୍କଳ ଆକ୍ରମଣ କରି ପରାସ୍ତ ହୋଇଥିଲେ ଏ ଦାକ୍ଷିଣାତ୍ୟରେ ବହୁକାଳ ଯୁଦ୍ଧରେ ଲିପ୍ତ ଥିଲେ ଏହାଙ୍କ ରାଜତ୍ୱରେ ଖେମଣ୍ଡୀର ରାଜାମାନେ ବିଦ୍ରୋହୀ ହୋଇଥିଲେ ଓ ପ୍ରଥମେ ଉତ୍କଳର ଗଜପତି ରାଜାଙ୍କର ପ୍ରଭୁତ୍ୱ କୃଷ୍ଣା ନଦୀର ଦକ୍ଷିଣରୁ ଅପସାରିତ ହେଲା ଏ ବିଜୟନଗରର ରାଜା କୃଷ୍ଣରାୟଙ୍କ ସଙ୍ଗେ ସନ୍ଧି କରି ତାଙ୍କୁ ନିଜର କନ୍ୟା ପ୍ରଦାନ କରି— ଥିଲେ ପରେ ଏ କୃଷ୍ଣା ଓ ଗୋଦାବରୀ ମଧ୍ୟସ୍ଥ ରାଜ୍ୟ ଗୋଲକୁଣ୍ଡାକୁ ମଧ୍ୟ ସନ୍ଧିଦ୍ୱାରା ଛାଡ଼ି ଦେଇଥିଲେ ଏହାଙ୍କ ଅମଳରେ ଶ୍ରୀ ଚୈତନ୍ୟଙ୍କର ଅଡ଼ିଶାକୁ ଆସି ପୁରୀଠାରେ ଅବସ୍ଥାନ କରି ଉତ୍କଳରେ ବୈଷ୍ଣବଧର୍ମ ପ୍ରଚାର କରିଥିଲେ; ରାଜା ନିଜେ ଶ୍ରୀଚୈତନ୍ୟଙ୍କର ଜଣେ ଭକ୍ତ ହୋଇଥିଲେ ଯାଜପୁରରେ ବରାହ— ନାଥଙ୍କ ମନ୍ଦିର ଓ ବୃହତ୍ ଦଶାଶ୍ୱମେଧ ଘାଟ ଏହାଙ୍କ କୀର୍ତ୍ତି ଏ ପୁରୀ ଜିଲ୍ଲାରେ ବୀରପ୍ରତାପପୁର ପ୍ରଭୃତି ବ୍ରାହ୍ମଣ ଶାସନମାନ ବସାଇଥିଲେ ଏହାଙ୍କ ସମୟରେ ଜଗନ୍ନାଥ ଦାସଙ୍କ ଭାଗବତ ଓ ବଳରାମ ଦାସଙ୍କ ରାମାୟଣ ରଚିତ ହୋଇଥିଲା ଏହାଙ୍କ ରାଜତ୍ୱରେ ଉତ୍କଳ ସାହିତ୍ୟ ଓ ସଂସ୍କୃତ—ସାହିତ୍ୟ ଚର୍ଚ୍ଚାର ଆଦିର ବଢ଼ିଥିଲା ପର୍ଟୁଗୀଜ୍ ବଣିକ— ମାନେ ଏହି ସମୟରେ ଉତ୍କଳରେ ବାଣିଜ୍ୟର ସୂତ୍ରପାତ କରିଥିଲେ ଏହାଙ୍କ ପରେ ଉତ୍କଳର ସ୍ୱାଧୀନତା ଲୋପ ହେଲା ଏ ୧୪୯୫: ଖ୍ରୀଷ୍ଟାବ୍ଦରୁ ୧୫୩୨: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ]