ପ୍ରତାଳିବା
ଦେଖଣା
ପ୍ରତାଳିବା
ଉଚ୍ଚାରଣ
[ସମ୍ପାଦନା](ପ୍ରତାଳ କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପରତାଳିବା; କୌଣସି ବିଷୟ ଠିକ୍ ଅଛି କି ନାହିଁ ଏହା ତନଖି କରି ନେବା; ପରଖିବା —୧. To check; to examine.
- ୨. ପୁନର୍ବାର ପରୀକ୍ଷା କରିବା — ୨. To re-examine a thing to see if it is correct or is as staed to be.
- ୩. ପୁନର୍ବାର ମାପିବା —୩. To re-measure.
[ଦ୍ରଷ୍ଟବ୍ୟ —ଓଡ଼ିଶା ସେଟଲ୍ମେଣ୍ଟରେ ନିଯୁକ୍ତି ହିନ୍ଦୁସ୍ଥାନୀ ଅମିନମାନଙ୍କଦ୍ୱାରା ଏ ଦେଶର ପ୍ରଥମେ ଏ ଶବ୍ଦ ବ୍ୟବହୃତ ହେଲା ଯେଉଁ ଜମିକୁ ଅମିନ ଥରେ ମାପି ଖସଡ଼ାରେ ନୋଟ୍ କରିଥାଏ ଉପରିସ୍ଥ କର୍ମଚାରୀ ଉକ୍ତ ଅମିନର ନୋଟ୍ ଠିକ୍ କି ନାଁ ଏହା ଦେଖିବା ପାଇଁ ସରଜମିନକୁ ଆସି ସ୍ଥଳବିଶେଷରେ ମାପ କରି ଦେଖନ୍ତି, ଏହାକୁ ପ୍ରତାଳ କୁହାଯାଏ]