ପ୍ରତିଲୋମଜ
ଦେଖଣା
ପ୍ରତିଲୋମଜ
ଉଚ୍ଚାରଣ
[ସମ୍ପାଦନା](ପ୍ରତିଲୋମଜା—ଅନ୍ୟରୂପ)
ପ୍ରତିଲୋମଜା, ପ୍ରତିଲୋମଜାତାସ୍ତ୍ରୀ.
ସଂସ୍କୃତ - ବିଶେଷଣ - ପୁଂ. (ପ୍ରତିଲୋମ+ଜନ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ପ୍ରତିଲୋମ ବିବାହରୁ ଉତ୍ପନ୍ନ; ନୀଚ ବର୍ଣ୍ଣର ପୁରୁଷର ଔରସରେ ଉଚ୍ଚ ବର୍ଣ୍ଣର ସ୍ତ୍ରୀ ଗର୍ଭରୁ ଜାତ (ସନ୍ତାନ) —Born of a 'Pratiloma' marriage.
[ଦ୍ରଷ୍ଟବ୍ୟ —କ୍ଷତ୍ରିୟ ପୁରୁଷ ଔରସରେ ବ୍ରାହ୍ମଣୀଗର୍ଭରୁ, ବୈଶ୍ୟ ଔରସରେ କ୍ଷତ୍ରିୟା ଗର୍ଭରୁ ଓ ଶୂଦ୍ର ଔରସରେ ବୈଶ୍ୟାଗର୍ଭରୁ ଜାତ ସନ୍ତାନକୁ ପ୍ରତିଲୋମଜ ବୋଲାଯାଏ କ୍ଷତ୍ରିୟ ପିତା ଓ ବ୍ରାହ୍ମଣୀ ମାତା— ଠାରୁ ଉତ୍ପନ୍ନ ସନ୍ତାନ ସୂତ; ବୈଶ୍ୟ ପିତା ଓ ବ୍ରାହ୍ମଣୀ ମାତାଠାରୁ ଉତ୍ପନ୍ନ ବୈଦେହିକ; ଶୂଦ୍ରପିତା ଓ ବ୍ରାହ୍ମଣୀ ମାତାଠାରୁ ଉତ୍ପନ୍ନ ଚାଣ୍ଡାଳ; ବୈଶ୍ୟ ପିତା ଓ କ୍ଷତ୍ରିୟ ମାତାଠାରୁ ଉତ୍ପନ୍ନ ମାଗଧ; ଶୂଦ୍ର ପିତା ଓ କ୍ଷତ୍ରିୟା ମାତାଠାରୁ ଉତ୍ପନ୍ନ କ୍ଷତ୍ତା; ଶୂଦ୍ର ପିତା ଓ ବୈଶ୍ୟା ମାତାଠାରୁ ଉତ୍ପନ୍ନ ଅୟୋଗବ; ଏମାନେ ପ୍ରତିଲୋମଜ ଅଟନ୍ତି (ହିନ୍ଦୀ - ଶ) ଏବଂ ଉଚ୍ଚ ବର୍ଣ୍ଣର ପୁରୁଷ ଔରସରେ ନୀଚତର ବର୍ଣ୍ଣର ସ୍ତ୍ରୀ ଗର୍ଭରୁ ଜାତ ସନ୍ତାନକୁ ଅନୁଲୋମଜ ବୋଲାଯାଏ]