Jump to content

ପ୍ରତିହାର

ଉଇକିଅଭିଧାନ‌ରୁ

ପ୍ରତିହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ହୃ ଧାତୁ+କର୍ମ ଅ)

[ସମ୍ପାଦନା]
୧. ଦ୍ୱାର —୧. Door.
୨. ଫାଟକ —୨. Gate.
୩. (+କର୍ତ୍ତୃ. ଅ)ଦ୍ୱାରପାଳ — ୩. Doorkeeper; porter; janitor.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ମତେ ଇଙ୍ଗିତକାରତତ୍ତ୍ୱଜ୍ଞ, ଦକ୍ଷ, ପ୍ରିୟ ଦର୍ଶନ, ବଳବାନ୍, ପ୍ରିୟବାଦୀ, ଅନୁଦ୍ଧତ ଓ ଶିଷ୍ଟସ୍ୱଭାବ ଦ୍ୱାରପାଳକୁ ପ୍ରତିହାର ବୋଲାଯାଏ]

୪. (+ କରଣ. ଅ) ପ୍ରତ୍ୟୁପକାର ରୂପ ଅଭିସନ୍ଧିଯୁକ୍ତ ସନ୍ଧିପତ୍ର — ୪. An alliance of confederacy; a tready be tween two powers for return of benefits.
୫. (+ଭାବ. ଅ) ମାୟା; କପଟତା; ଛଳ — ୫. Trick; disguise.
୬. (+କର୍ତ୍ତୃ. ଅ) ବାଜୀଗର; କୁହୁକୀ — ୬. Juggler; magician.
୭. (+ଭାବ. ଅ) ପରିହାର; ତ୍ୟାଗ — ୭. Abandonment; shunning.
୮. ପ୍ରତାରଣା —୮. Cheating.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜପୁତମାନଙ୍କର ଶାଖାବିଶେଷ — A branch of the Rajpoots.

ପ୍ରତିହାର ପ୍ରମାରକ ରାଠୋର, ଚୋହାନ ରାଧାନାଥ. ମହାଯାତ୍ରା