ପ୍ରତୀପ
ଦେଖଣା
ପ୍ରତୀପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି=ବିଶେଷ ଭାବରେ+ପା ଧାତୁ=ପାଳନ କରିବା+ଅ)
[ସମ୍ପାଦନା]ଚନ୍ଦ୍ରବଂଶୀୟ ଜଣେ ରାଜା; ଭୀଷ୍ମଙ୍କ ପିତାମହ ଓ ଶାନ୍ତନୁଙ୍କ ପିତା —A king of the lunar-race.
[ପ୍ରତି(ତୀ)ପା—ସ୍ତ୍ରୀ]
[ପ୍ରତି(ତୀ)ପତା—ବି]
ସଂସ୍କୃତ - ବିଶେଷଣ - (ପ୍ରତି=ବିପରୀତ+ପା ଧାତୁ= ପାଳନ କରିବା+ ଭାବ. ଅ)
[ସମ୍ପାଦନା]- ୧. ବିପରୀତ; ବିରୁଦ୍ଧ — ୧. Opposed; opposite.
- ୨. ପ୍ରତିକୂଳ —୨. Unfavourable.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରତିପଦ୍)
[ସମ୍ପାଦନା]ପ୍ରତିପତ୍ ୧ (ଦେଖ) - Pratipat ୧ (See)
ସେ ଦିନୁ ସେ ପିଲା ପ୍ରତିପ ଶଶି ପରି (ବଢିଲା) କୃଷ୍ଣସିଂହ ମହାଭାରତ ବନ
ପ୍ରତୀପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରତି=ବିରୁଦ୍ଧ+ଅପ୍=ଜଳ+ଅ; ନିପାତନ; ଯାହା ସ୍ରୋତର ବିରରୀତ ଦିଗକୁ ଯାଏ)
[ସମ୍ପାଦନା]- ୧. ବିରୁଦ୍ଧ; ପ୍ରତିକୂଳ; ବିପରୀତ —୧. Opposite; contrary.
- ୨. ପଶ୍ଚାଦ୍ଗାମୀ —୨. Retrograde.
- ୩. ପରାଙ୍ମୁଖ — ୩. Having one's face averted from a thing.
- ୪. ପଶ୍ଚିମ ଦେଶୀୟ —୪. Western.
- ୫. ଥେଣ୍ଟା; ଅବାଧ୍ୟ — ୫. Disobedient; refractory; perverse; cross; impertinent.
- ୬. ସ୍ୱାଭାବିକ ବା ପ୍ରାକୃତିକ ନିୟମର ବିରୁଦ୍ଧଚାରୀ — ୬. Following a course against nature. (lit. against the grain or stream)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପଶ୍ଚିମ ଦିଗ —୧. The west.
- ୨. ଚନ୍ଦ୍ରବଂଶୀୟ ଶାନ୍ତନୁରାଜାଙ୍କ ପିତା — ୨. Name of a king of the Lunar dynasty.
- ୩. ବିରୋଧ; ପ୍ରତିକୂଳତା —୩. Opposition.
- ୪. ଅର୍ଥାଳଙ୍କାରବିଶେଷ [ପ୍ରସିଦ୍ଧ ବସ୍ତୁ (ଯଥା—ଚନ୍ଦ୍ର)ସଙ୍ଗେ ଅନ୍ୟ କୌଣସି ନୂତନ ବା ନିକୃଷ୍ଟ ବସ୍ତୁ (ଯଥା—ଥାଳି)କୁ ତୁଳନା କରିବା] —୪. A figure in rhetoric (comparing a thing to an inferior object.)