ପ୍ରତ୍ୟକ୍ଷ
ଦେଖଣା
ପ୍ରତ୍ୟକ୍ଷ
ଉଚ୍ଚାରଣ
[ସମ୍ପାଦନା](ପରୋକ୍ଷ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ରତି+ଲକ୍ଷ୍ୟ+ଅକ୍ଷ=ଇନ୍ଦ୍ରିୟ, ଅଥବା ପ୍ରତି= ସମ୍ମୁଖରେ+ଅକ୍ଷି=ଚକ୍ଷୂ)
[ସମ୍ପାଦନା]- ୧. ଆଖି ଆଗରେ ଥିବା; ସ୍ପଷ୍ଟ; ସାକ୍ଷାତ୍ —୧. Being before the eyes; clear; evident.
- ୨. ଇନ୍ଦ୍ରିୟଗ୍ରାହ୍ୟ; ଇନ୍ଦ୍ରିୟଗୋଚର; ଇନ୍ଦ୍ରିୟଦ୍ୱାରା ଅନୁଭୂତ ହେବା ଯୋଗ୍ୟ —୨. Cognisable by any of the senses; perceptible.
- ୩. ଦେଖା ଯାଉଥିବା; ଦୃଶ୍ୟମାନ — ୩. Visible; manifest.
- ୪. ସାକ୍ଷାତ୍ ସଂପର୍କରେ ସଂବଦ୍ଧ — ୪. Direct; immediate.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଇନ୍ଦ୍ରିୟ ଯୋଗୁଁ ଜ୍ଞାନ; ଯେଉଁ ଜ୍ଞାନ ଇନ୍ଦ୍ରିୟଦ୍ୱାରା ଗମ୍ୟ ହୁଏ —Perception; knowledge from sense-perception.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅନୁଭୂତ; ଅନୁଭବଦ୍ୱାରା ଜ୍ଞାତ — ୧. Experienced; realised; know by experience.
ଅନଙ୍ଗ ସକାଣ୍ଡରୁ ସ୍ତରୀଙ୍ଗ ଅଙ୍ଗ ଦୁଃଖ ତୁମ୍ଭଙ୍କୁତ ସବୁଟି ହୋଇଛି ପ୍ରତ୍ୟକ୍ଷ କୃଷ୍ଣସିଂହ, ମହାଭାରତ. ଆଦି
- ୨. ପ୍ରକୃତ; ସତ୍ —୨. True; real.
ଏକଥା ଅଟଇ ପ୍ରତ୍ୟକ୍ଷ ଅଶ୍ୱତ୍ଥ ବଟ ପକ୍ଷ ବୃକ୍ଷ ଜଗନ୍ନାଥ. ଭାଗବତ
ଦେଶଜ - ଅ
[ସମ୍ପାଦନା]ନିଶ୍ଚିୟ —Certainly.
ମୂଖ୍ୟ ସାଧ୍ୱୀରେ ଲେଖା ପ୍ରତ୍ୟକ୍ଷ ହୋଇବୁ ତୁହି ଭଞ୍ଜ. ବୈଦେହୀଶବିଳାସ