ପ୍ରବର୍ତ୍ତିବା
ଦେଖଣା
ପ୍ରବର୍ତ୍ତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରବର୍ତ୍ତିବା
|
(ନିବର୍ତ୍ତିବା—ବୀପରିତ)
ଦେଶଜ - କ୍ରି. (ସଂସ୍କୃତ - ପ୍ରବର୍ତ୍ତନ)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ କରିବାକୁ ପ୍ରବୃତ୍ତ ହେବା ବା ମାରିବା —୧. To be engaged in doing a work.
ରତି ରସରେ ଅତି ଆସକତ ହେଲେ ତାଙ୍କ ସଙ୍ଗେ ପ୍ରବର୍ତ୍ତିତ ପ୍ରାଣ ହରାଇଲେ କୃଷ୍ଣସିଂହ. ମହାଭାରତ. ଆଦି
- ୨. ଯେ କୌଣସି କର୍ଯ୍ୟରେ ମନ ବଳାଇବା — ୨. To set one's mind on a work; to be bent on,.
କ୍ରମେ ପ୍ରବର୍ତ୍ତି ହେଲୁ ଶ୍ରମୀ ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟା
- ୩. ଫାବିବା; ଖଟିବା —୩. To apply.
(ଯଥା—ଏ ବିଷୟରେ ମୋଠାରେ ଦୋଷ ପ୍ରବର୍ତ୍ତିତ ନାହିଁ)
- ୪. ଜନ୍ମିବା; ଉଦ୍ମାଦିତ ହେବା — ୪. To be born; to be created or produced.
- ୫. ଘଟିବା —୫. To happen.
ଯାହାଙ୍କଠାରୁ କାର୍ଯ୍ୟ କାରଣ ଏ ଦୁଇ ବିସ୍ତାର ଜନ୍ମ ମୃତ୍ୟୁ ପ୍ରବର୍ତ୍ତି ଅଛି ମହୀ କୃଷ୍ଣସିଂହ. ମହାଭାରତ ଆଦି
- ୬. କୌଣସି କାର୍ଯ୍ୟ ଆରମ୍ଭ କରିବା; କାମରେ ହାତ ଦେବା — ୬. To undertake or start a work.
- ୭. ଆରବ୍ଧ ହେବା —୭. To be commenced or begun; to be introduced; to be begin.
ଏ ରୂପେ ଯଉବନ ରଜା ପ୍ରବର୍ତ୍ତିଲା କୃଷ୍ଣସିଂହ. ମହାଭାରତ ବନ
- ୮. ବୃଦ୍ଧି କରିବା; ବଢ଼ାଇବା —୮. To increase.
ତା ଦେଖି ଦେବତାଏ ବିନ୍ଧ୍ୟେ ନିବର୍ତ୍ତାଇ କହିଲେ ବଢ଼ିଲା ସେ ତେଜ ପ୍ରବର୍ତ୍ତାଇ କୃଷ୍ଣସିଂହ. ମାହାଭାରତ ବନ
- ୯. ବିଦିତ ହେବା; ପ୍ରକାଶିତ ହେବା; ଜ୍ଞାତ ହେବା — ୯. To be published; to be known.
ହଂସ ହୋଇଣ ଯାହା ପ୍ରଶସ୍ତି ଅଛି ପ୍ରବର୍ତ୍ତି ଭଞ୍ଜ. ବୈଦେହିଶବିଳାସ