Jump to content

ପ୍ରବୀର

ଉଇକିଅଭିଧାନ‌ରୁ

ପ୍ରବୀର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ବୀର)

[ସମ୍ପାଦନା]
୧. ଶ୍ରେଷ୍ଠ ବୀର — ୧. Great hero.
୨. (ନାମ) ଭୌତ୍ୟମନୁଙ୍କର ଏକ ପୁତ୍ର (ହିନ୍ଦୀ - ଶ) — ୨. Name of a son of Bh&aline;&uline;tya Manu.
୩. (ନାମ) ମାହିଷ୍ମତୀ ରାଜ୍ୟର ରାଜା ନୀଳଧ୍ୱଜ ଓ ରାଜ୍ଞୀ ଜ୍ୱାଳାଙ୍କ ପୁତ୍ର —୩. Name of a prince of Māhishmatī

[ଦ୍ରଷ୍ଟବ୍ୟ —ଏହାଙ୍କ ବିଷୟ ଜୈମିନି ମହାଭାରତରେ ଉଲ୍ଲିଖିତ ହୋଇଅଛି କିନ୍ତୁ ବ୍ୟାସଦେବଙ୍କ ମହାଭାରତରେ ନାହିଁ ଯୁଧିଷ୍ଠିରିଙ୍କ ଅଶ୍ୱମେଧ ଯଜ୍ଞଘୋଟକ ମାହିଷ୍ମତୀ ନଗରୀରେ ପହଞ୍ଚିବା ବେଳେ ପ୍ରବୀର ବହୁ ସ୍ତ୍ରୀଙ୍କ ସହିତ ଉପବନରେ କ୍ରୀଡ଼ା କରୁଥିଲେ ଜଣେ ପ୍ରେୟସୀ ମଦନ ମଞ୍ଜରୀର ଅନୁରୋଧରେ ରାଜକୁମାର ଉକ୍ତ ଘୋଡ଼ାକୁ ଧରି ରଖିଲେ ଏଥିରେ ଅର୍ଜୁନଙ୍କ ସଙ୍ଗେ ନୀଳଧ୍ୱଜ ରାଜାଙ୍କର ଘୋର ଯୁଦ୍ଧ ହେଲା ନୀଳ ଧ୍ୱଜ ହାରିଲେ ସୂର୍ଯ୍ୟଦେବ ନୀଳଧ୍ୱଜଙ୍କତ ଜାମାତା ଥିଲେ ସୂର୍ଯ୍ୟଙ୍କ ପରାମର୍ଶରେ ନୀଳଧ୍ୱଜ ଉକ୍ତ ଘୋଡ଼ାକୁ ଅର୍ଜୁନକୁ ଫେରାଇ ଦେବାକୁ ଉଦ୍ୟତ ହେବାରୁ ରାଣୀ ଜ୍ୱାଳା ତାଙ୍କୁ ବହିତ ଧିକାରିଲେ ଓ ଅର୍ଜୁନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ସ୍ୱାମୀଙ୍କୁ ଉତ୍ତେଜିତ କଲେ ଯୁଦ୍ଧରେ ପ୍ରବୀର ହତ ହେଲେ ଓ ନୀଳ ଧ୍ୱଜ ଅର୍ଜୁନଙ୍କୁ ଘୋଡ଼ା ଲେଉଟାଇ ଦେଲେ ଏଥିରେ ଜ୍ୱାଳା କ୍ରୁଦ୍ଧା ହୋଇ ସ୍ୱାମୀଙ୍ଙ୍କ ଗୃହ ତ୍ୟାଗ କରି ନିଜ ଭାଇଙ୍କ ଘରକୁ ଗଲେ ଭାଇମାନେ ତାଙ୍କୁ ତଡ଼ିଦେବାରୁ ଜ୍ୱାଳା ନୌକାରେ ଗଙ୍ଗା ପାରି ହୋଇ ଗଙ୍ଗା କୂଳରେ ରହିଲେ ଓ ଗଙ୍ଗାକୁ କହିଲେ, ଅର୍ଜୁନ ତୁମ ପୁଅ ଭୀଷ୍ମଙ୍କୁ ମାରିପକାଇଲେ, ଏଥିରେ ତୁମ୍ଭର ପ୍ରତିହିଂସା ହେଲା ନାହିଁ! ଗଙ୍ଗା ଦେବୀ ଏହା ଶୁଣି ଅର୍ଜୁନଙ୍କ ପ୍ରତି କ୍ରୁଦ୍ଧା ହୋଇ ଅଭିଶାପ ଦେଲେ ଯେ, ୬ ମାସ ମଧ୍ୟରେ ଅର୍ଜୁନଙ୍କ ମୁଣ୍ଡକାଟ ହେବ ଏହା ଶୁଣି ଜ୍ୱାଳା ପ୍ସନ୍ନା ହେଲେ ଓ ସେ ଅଗ୍ନିରେ ଝାସ ଦେଲେ ଏବଂ ଅର୍ଜୁନଙ୍କ ବାଧାର୍ଥ ତୀକ୍ଷ୍ଣବାଣର ଓ ସେ ଅଗ୍ନିରେ ଝାସ ଦେଲେ ଏବଂ ଅର୍ଜୁନଙ୍କ ବଧାର୍ଥ ତୀକ୍ଷ୍ଣବାଣର ରୂପ ଧାରଣ କରି ବଭ୍ରୁବାହନଙ୍କ ତୁଣୀରରେ ଯାଇ ରହିଲେ—ହିନ୍ଦୀ - ଶ]

ସଂସ୍କୃତ - ବିଶେଷଣ - ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ; ଯଥା— କୁରୁପ୍ରବୀର)

[ସମ୍ପାଦନା]

ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ —Very heroic; distinguished amongst warriors.