ପ୍ରବୃଦ୍ଧ
ଦେଖଣା
ପ୍ରବୃଦ୍ଧ
ଉଚ୍ଚାରଣ
[ସମ୍ପାଦନା](ପ୍ରବୃଦ୍ଧି, ପ୍ରବର୍ଦ୍ଧନ—ବି)
(ପ୍ରବର୍ଦ୍ଧିତ—ଣିଜନ୍ତସମ୍ପନ୍ନରୂପ)
ସଂସ୍କୃତ - ବିଶେଷଣ - (ପ୍ର+ବୃଧ୍ ଧାତୁ=ବୃଦ୍ଧିପାଇବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ବିଶେଷ ରୂପେ ବୃଦ୍ଧି ପ୍ରାପ୍ତ — ୧. Enlarged; greatly. increased; augmented.
- ୨. ବଢ଼ିଥିବା (ନଦୀ; ଜଳ ଆଦି) ୨. Inundated; flooded.
ବନ୍ଧ ଲଭି ପ୍ରବୃନ୍ଧ ସରିତ ସରି ରହି ଭଞ୍ଜ. ବୈଦେହୀଶବିଳାସ
- ୩. ଫୁଲିଥିବା —୩. Swollen.
- ୪. ବହୁ ବସ୍ତୃତ —୪. Spread out over a large extent; expanded.
- ୫. ଗର୍ବସ୍ଫୀତ —୫. Arrogant; haughty. (Apte).
- ୬. ଖୁବ୍ ବଡ଼ —୬. Very large; gigantic.
- ୭. ଭୟଙ୍କର —୭. Violent (Apte).
- ୮. ପୂର୍ଣ୍ଣତାପ୍ରାପ୍ତ —୮. Full grown (Apte).
- ୯. ଗଭୀର —୯. Deep (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତରବାରିର ଏକ କସରତ୍ (ହିନ୍ଦୀ - ଶ) — ୧. A kind of sword-play.
[ଦ୍ରଷ୍ଟବ୍ୟ —ଏଥିରେ ତରବାରୀର ମୁନ ଦ୍ୱାର ଶତ୍ରୁର ଶରୀର ସ୍ପର୍ଶ କରା— ଯାଏ—(ହିନ୍ଦୀ - ଶ.)]
- ୨. (ନାମ) ରାଜା ରଘୁଙ୍କର ଏକ ପୁତ୍ର — ୨. Name of a son of king Raghu.
[ଦ୍ରଷ୍ଟବ୍ୟ —ଏ ଗୁରୁଙ୍କ ଅଭିଶାପରେ ୧୨: ବର୍ଷ କାଳ ରାକ୍ଷସ ହୋଇଥିଲେ (ହିନ୍ଦୀ - ଶ.)]