Jump to content

ପ୍ରମାଣିବା

ଉଇକିଅଭିଧାନ‌ରୁ

ପ୍ରମାଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ପ୍ରମାଣ)

[ସମ୍ପାଦନା]
୧. ପ୍ରମାଣିତ କରିବା — ୧. To prove.

ନିଜେ ମୁଁ ଦେଖିଛି ସୀତା ଅଦ୍ଭୁତ ପ୍ରକାରେ ସତୀତ୍ୱ ପ୍ରମାଣିଛନ୍ତି ଅଗ୍ନି—ପରୀକ୍ଷାରେ ନନ୍ଦକିଶୋର. ସୀତା ବନବାସ

୨. ନିରୁପଣ କରିବା; ସ୍ଥିର କରିବା — ୨. To ascertain.

ସେମାନଙ୍କ ଆୟୂଷ ପ୍ରମାଣିବା କେତେ ତା ଶୁଣିବା ଇଚ୍ଛା ହେଉଛି ମୋର ଚିତ୍ତେ କୃଷ୍ଣସିଂହ. ମହାଭାରତ ଆଦି

୩. ଆଶ୍ରୟ କରିବା; ଅବଲମ୍ୱନ କରିବା — ୩. To have resort to.

ସୁଧର୍ମେ ଥାନ୍ତି ଯେ ବା ପ୍ରାଣୀ ହରି ଭଜନ ନ ପ୍ରମାଣି ଜଗନ୍ନାଥ. ଭାଗବତ

୪. ଦେଖିବା —୪. To see.

ସପତ୍ନୀ ଦୁଃଖ କି ନ ଜାଣୁ ତୁ ନାଥ ଅନ୍ତର ପ୍ରମାଣ ଜଗନ୍ନାଥ, ଭାଗବତ