ପ୍ରମାଦ
ଦେଖଣା
ପ୍ରମାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ମଦ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଅସାବଧାନତା; ୧. Negligence; carelessness; inadvertence.
- ୨. ବିପଦ; ଦୁର୍ଘଟନା —୨. Danger; calamity; mishap.
- ୩. ଭ୍ରାନ୍ତି; ଭ୍ରମ — ୩. Mistake; error; oversight; blunder.
- ୪. ବିସ୍କୃତି —୪. Forgetfulenss.
- ୫. ମାନସିକ ଦୌର୍ବଲ୍ୟ — ୫. Mental weakness; mental debility.
- ୬. ପ୍ରମତ୍ତତା; ନିଶା —୬. Intoxication.
- ୭. ବାତୁଳତା —୭. Insanity; madness.
- ୮. (ଯୋଗଶାସ୍ତ୍ର) ସାଧକର ଚିତ୍ତବିକ୍ଷେପ ଜନ୍ମାଇବା ସମାଧିର ଅନ୍ତରାୟବିଶେଷ (ହିନ୍ଦୀ - ଶ.) —୮. Absence of concentration during Joga exercise.
[ଦ୍ରଷ୍ଟବ୍ୟ —ସମାଧିର ୯ଟି ଅନ୍ତରାୟ ମଧ୍ୟରୁ ଏହା ଚତୁର୍ଥ; ଏଥିଯୋଗୁଁ ସାଧକ ସମାଧି ପାଇଁ ସାଧନାର ଭାବନା ଭୁଲିଯାଏ—ହିନ୍ଦୀ - ଶ.]
- ୯. ମୂର୍ଚ୍ଛା — ୯. Fainting; swoon (Apte).
- ୧. ଅମନୋଯୋଗ —୧୦. Inattention (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁର୍ନାମ —୧. Defamation.
- ୨. ଦୈରାତ୍ମ୍ୟ; ଉପଦ୍ରବ —୨. Outrage.
ବୋଲନ୍ତି କୃଷ୍ଣ ! ସାଧୁ ସାଧୁ, ତରିଲେ ମାଲଙ୍କ ପ୍ରମାଦୁ—ଜଗନ୍ନାଥ ଭାଗବତ
- ୩. ଦୁଃଖର ବିଷୟ — ୩. A matter of regret or sorrow.
ଦେଶଜ - ବିଶେଷଣ -
[ସମ୍ପାଦନା]ଦୁଃଖଦାୟକ — Painful; afflicting.
[ଦ୍ରଷ୍ଟବ୍ୟ —ଏ ଶବ୍ଦ 'ଭ୍ରମ' ଶବ୍ଦ ସଙ୍ଗେ ଏକାର୍ଥବୋଧକ ସହଚରରୂପେ ବ୍ୟବହୃତ ହୁଏ]