Jump to content

ପ୍ରମେୟ

ଉଇକିଅଭିଧାନ‌ରୁ

ପ୍ରମେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ମା ଧାତୁ+କର୍ମ. ଯ)

[ସମ୍ପାଦନା]
୧. ପରିମେୟ; ଯାହାକୁ ମାପ କରାଯାଇ ପାରେ — ୧. Measurable.
୨. ଜ୍ଞେୟ —୨. Knowable.
୩. ଅବଧାର୍ଯ୍ୟ —୩. Ascertainable.
୪. ଯାହା ପ୍ରମାଣିତ ହୋଇପାରେ; ପ୍ରମାଣଯୋଗ୍ୟ — Measurable.
୩. ଯାହା ପ୍ରମାଣିତ ହୋଇପାରେ; ପ୍ରମାଣଯୋଗ୍ ୪. Proveable; demonstrable.
୫. ସମୀମ —୫. Finite.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରମାଣଯୋଗ୍ୟ ବିଷୟ — ୧. A thing to be proved.
୨. ଅନୁସନ୍ଧେୟ ବିଷୟ —୨. Objact of enquiry.
୩. (ବେଦାନ୍ତ) ଆତ୍ମା ଓ ଜ୍ଞାନସାଧନ ଇନ୍ଦ୍ରିୟାଦି — ୩. The soul and the sense-organs.
୪. (ନ୍ୟାୟ) ଶୁଦ୍ଧ ଚୈତନ୍ୟ — ୪. (Nyāya) The soul; the sprit.

[ଦ୍ରଷ୍ଟବ୍ୟ —ବହୁ ବସ୍ତୁ ଜ୍ଞାନର ବିଷୟ ବା ପ୍ରମେୟ ହୋଇପାରେ; କିନ୍ତୁ ଯେଉଁ ବସ୍ତୁମାନଙ୍କ ଜ୍ଞାନଦ୍ୱାରା ମୋକ୍ଷ ବା ଅପବର୍ଗର ପ୍ରାପ୍ତି ହୁଏ ତାହାକୁ ଗୌତମ ତାଙ୍କ ନ୍ୟାୟଦର୍ଶନରେ ପ୍ରମେୟ ନାମ ଦେଇ—

ଅଛନ୍ତି ଏହା ସଂଖ୍ୟାରେ ୧୨: ଟି—ଅତ୍ମା, ଶରୀର, ଇନ୍ଦ୍ରିୟ, ଅର୍ଥ, ବୁଦ୍ଧି, ମନଃ, ପବୃତ୍ତି, ଦୋଷ, ପ୍ରେତ୍ୟଭାବ, ଫଳ, ମୁଖ ଓ ଅପବର୍ଗ ବୈଦେଷିକ ଦର୍ଶନକାର ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟକୁ ପ୍ରମେୟ ବୋଲି ଉଲ୍ଲେଖ କରିଅଛିନ୍ତ ହିନ୍ଦୀ - ଶ] 
୫. ପରିଚ୍ଛେଦ (ହିନ୍ଦୀ - ଶ.) —୫. Chapter; section.
୬. ବିଷୟ; ଚରିତ; ଆଲୋଚ୍ୟ ବିଷୟ — ୬. Matter; subject-matter.

ଅତି ରସମୟ ବସନ୍ତ ସମୟ ବିଚିତ୍ର ପ୍ରମେୟ ତାହାର ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ



ପ୍ରମେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ମିହ୍ ଧାତୁ=ବୀଜସେକ କରିବା+ଅଧିକରଣ. ଅ)

[ସମ୍ପାଦନା]

ମୃତ୍ରମାର୍ଗରେ ଶୁକ୍ର ଓ ପୂଜଆଦି ପଡ଼ିବା ଯନ୍ତ୍ରଣା— ଦାୟକ ରୋଗ; ଧାତୁ ପଡ଼ିବା ରୋଗ; ମୁତ୍ର ପୀଡ଼ାରୋଗ ବିଶେଷ —Gonerrhoea; urinary affectation.

[ଦ୍ରଷ୍ଟବ୍ୟ —ହିନ୍ଦୁ ବୈଦ୍ୟଶାସ୍ତ୍ର ମତେ ପ୍ରମେହ ବିଂଶତି ପ୍ରକାର— ୧ ଉଦକମେହ—ଗୋଳିଆ ପସ୍ରାବ, ୨ ସାନ୍ଦ୍ରମେହ—ମୂତ୍ରକୁ କିଛିସମୟ ରଖିଲେ ତାହା ଗାଢ଼ ବା ପେଜପରି ହୁଏ, ୩ ଇନ୍ଧୁମେହ —ପ୍ରସ୍ରାବରେ ମିଠା ସ୍ୱାଦ ହୁଏ, ୪ ସୁରାମେହ—ପ୍ରସ୍ରାବ କଣୌସି ପାତ୍ରରେ ରଖିଲେ ଉପରିଦେଶ ସ୍ୱଚ୍ଛ ଓ ତଳଦେଶ ଘନ, ୫ ପିଷ୍ଟମେହ —ପ୍ରସ୍ରାବ ପିଠଉ ପରି କାଠୁଆ ହୁଏ, ୬ ଶୁକ୍ରମେହ—ପ୍ରସ୍ରାବରେ ଶୁକ୍ର ମିଶିଥାଏ, ୭ ଶନୈଃର୍ମେହ—ଧୀରେ ଧୀରେ ପ୍ରସ୍ରାବ ହୁଏ, ୮ ଶୀତମେହ—ଥଣ୍ଡା ପ୍ରସ୍ରାବ, ୯ ଶୀଚେତା ବା ସିକତା ମେହ—ପ୍ରସ୍ରାବ ସଙ୍ଗେ ବାଲୁକାକଣା ପରି କ୍ଷୂଦ୍ର କ୍ଷୂଦ୍ର ପଦାର୍ଥ ବାହାରେ, ୧ ଲଳାମେହ—ପ୍ରସ୍ରାବ ନାଳୁଆ ହୁଏ, ୧୧: ହରିଦ୍ରାମେହ—ପ୍ରସ୍ରାବ ହଳଦିଆ, ୧୨: ନୀଳମେହ— ପ୍ରସ୍ରାବ ନୀଳବର୍ଣ୍ଣ, ୧୩: ମଞ୍ଜିଷ୍ଠାମେହ—ପ୍ରସ୍ରାବ ନାଲି ଓ ମତ୍ସ୍ୟଗନ୍ଧ, ୧୪: ରକ୍ତମେହ—ପ୍ରସ୍ରାବ ଫକା ନାଲି, ଉଷ୍ଣ ଓ ଲବଣାକ୍ତ, ୧୫: ବସା ବା ସର୍ପିମେହ—ପ୍ରସ୍ରା ଚର୍ବିମିଶ୍ରିତ, ୧୬: ମଜ୍ଜାମେହ—ପ୍ରସ୍ରାବ ମଜ୍ଜା ବା ହାଡ଼ରସା ମିଶ୍ରିତ, ୧୭: କ୍ଷୌଦ୍ରମେହ —ପ୍ରସ୍ରାବ କଷାୟ ଓ ମଧୁର ରସ, ୧୮: ହସ୍ତିମେହ—ଅଧିକ ପ୍ରସ୍ରାବ, ୧୯: କ୍ଷାରମେହ—ପ୍ରସ୍ରାବ କ୍ଷାର ଜଳ ପରି ଗୋଳିଆ, ୨ କାଳମେହ—ପ୍ରସ୍ରାବ ସଙ୍ଗେ କୃଷ୍ଣାଭ ଧାତୁ ପଡ଼େ ସବୁପ୍ରକାର ମେହର ଚିକିତ୍ସା ନ ହେଲେ ମଧୁମେହରେ ପରିଣତ ହୁଏ ଓ ଏଥିରେ ମହୁପରି ଗାଢ଼ା ଧାତୁ ନିର୍ଗତ ହୁଏ ଓ ପ୍ରସ୍ରାବନଳି ମଧ୍ୟରେ ଘାଆ ଓ ଅସହ୍ୟ ବେଦନା ହୁଏ ଏ ରୋଗ ସଂକ୍ରାମକ ଅଟେ ରୋଗୀର ମୂତ୍ର, ରେତଃ ଓ ବ୍ୟବହୃତ ବସ୍ତ୍ରଆଦି ଅନ୍ୟ ବ୍ୟକ୍ତିର ସଂଶ୍ରବରେ ଆସିଲେ ଶୋଷୋକ୍ତ ବ୍ୟକ୍ତିକୁ ଏ ରୋଗ ଡିଏଁ]