ପ୍ରମୋଦ
ଦେଖଣା
ପ୍ରମୋଦ
ଉଚ୍ଚାରଣ
[ସମ୍ପାଦନା](ପ୍ରମୋଦିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପ୍ର+ମୁଦ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଆନନ୍ଦ; ଆହ୍ଲାଦ; ହର୍ଷ; ଆମୋଦ — ୧. Delight; joy; pleasure; gaiety
- ୨. ସାଂଖ୍ୟ ଦର୍ଶନ ମତରେ ଅଷ୍ଟ ସିଦ୍ଧି ମଧ୍ୟରୁ ଗୋଟିଏ — ୨. One of the ୮ perfection according to the Sāṁkhya philosophy (Apte).
- ୩. (ନାମ) କୁମାରଙ୍କ ଅନୁଚରବିଶେଷ (ହିନ୍ଦୀ - ଶ.) — ୩. Name of an attendant of Kumāra.
- ୪. (ନାମ) ନାଗବିଶେଷ (ହିନ୍ଦୀ - ଶ) — ୪. Name of a mythological serpent.
- ୫. ଉଗ୍ର ଗନ୍ଧ —୫. A strong perfume (Apte).
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରୁଷଙ୍କ ଦିଆଯିବା ନାମ — A name given to males.
ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରମୋଦିତ)
[ସମ୍ପାଦନା]ମୋଦିତ; ଆନନ୍ଦିତ —Glad.
ଏହା ଗବି କୃଷ୍ଣ ହୋଇଲେ ପ୍ରମୋଦ କୃଷ୍ଣସିଂହ, ମହାଭାରତ ଆଦି
[ଦ୍ରଷ୍ଟବ୍ୟ —ଏହା 'ଆମୋଦ' ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ ହୁଏ]