Jump to content

ପ୍ରଯତ୍ନ

ଉଇକିଅଭିଧାନ‌ରୁ

ପ୍ରଯତ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍ର+ଯତ୍ନ)

[ସମ୍ପାଦନା]

ପ୍ରଚୁର ଚେଷ୍ଟା; ବିଶେଷ ଯତ୍ନ — ୧. Endeavour; exertion; utmost care.

[ଦ୍ରଷ୍ଟବ୍ୟ —କୌଣସି କାର୍ଯ୍ୟ ଓ ବିଶେଷତଃ କଠିନ କାର୍ଯ୍ୟ ବା ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଯେଉଁ କ୍ରିୟା କରାଯାଏ ତାକୁ ପ୍ରଯତ୍ନ ବୋଲାଯାଏ]

୨. ମନର ସଙ୍କଳ୍ପ —୨. Exertion of will; resolve.
୩. ଅଧ୍ୟବସାୟ; ଉପର୍ଯ୍ୟୁପରି ଚେଷ୍ଟା —୩. Perseverance; assiduity; continuous effort.
୪. ଖୁବ୍ ସାବଧାନତା — ୪. Caution; great care.
୫. (ନ୍ୟାୟ ଦର୍ଶନ) ପ୍ରବୃତ୍ତି ନିବୃତ୍ତି ଓ ଜୀବନ କାରଣ — ୫. (Nyāya philosophy) Eugaging in any act, prosecuting it and completing it; sustained activity.
୬. ପରିଶ୍ରମ —୬. Labour.
୭. (ବ୍ୟକରଣ) ଶବ୍ଦ ବା ଧ୍ୱନି ଉଚ୍ଚାରଣ କରିବା ଯୋଗୁଁ ମୁଖ, ଗଳିଆଦିଦ୍ୱାରା କୃତ ପରିଶ୍ରମ (ହିନ୍ଦୀ - ଶ) — ୭. (Grammar) Effort of the mouth throat etc in the production of articulate sounds (Apte).

[ଦ୍ରଷ୍ଟବ୍ୟ —ଧ୍ୱନି ଉତ୍ପନ୍ନ କରିବା ପାଇଁ ଯେଉଁ ପ୍ରଯତ୍ନ କରାଯାଏ ତାହା ଦୁଇ ପ୍ରକାର ଆଭ୍ୟନ୍ତର ଓ ବାହ୍ୟ—ଧ୍ୱନି ଉତ୍ପନ୍ନ ହେବା ପୂର୍ବରୁ ବାଗ୍ଯନ୍ତ୍ରର କ୍ରିୟାକୁ ଆଭ୍ୟନ୍ତର ପ୍ରଯତ୍ନ ଓ ଧ୍ୱନି ଉଚ୍ଚାରଣର ଅନ୍ତ୍ୟ କ୍ରିୟାକୁ ବାହ୍ୟ ପ୍ଯତ୍ନ ବୋଲାଯାଏ ଆଭ୍ୟନ୍ତର ପ୍ରଯତ୍ନ ଅନୁସାରେ ବର୍ଣ୍ଣମାନଙ୍କୁ ୪ ଶ୍ରେଣୀରେ ବିଭକ୍ତ କରା ଯାଇଅଛି— ୧. ବିବୃତ (ଯହିଁର ଉଚ୍ଚାରଣରେ ମୁହ ବା ବାଗିନ୍ଦ୍ରିୟ ଖୋଲା ରହେ, ଯଥା ସ୍ୱରବର୍ଣ୍ଣରେ ; ୨. ସୃଷ୍ଟି (ଯହିଁରେ ଉଚ୍ଚାରଣରେ ବାଗିନ୍ଦ୍ରିୟର ଦ୍ୱାର ବନ୍ଦ ଥାଏ, ଯଥା—କ ଠାରୁ ମ ପର୍ଯ୍ୟନ୍ତ ୨୫: ଗୋଟି ବର୍ଗ୍ୟ ବର୍ଣ୍ଣ; ୩ ଈଷତ୍ ବିବୃତ (ଯହିଁରେ ଉଚ୍ଚାରଣ ବାଗିନ୍ଦ୍ରିୟ ଈଷତ୍ ଖୋଲା ଥାଏ, ଯଥା—ଯର ଳ ବ), ୪. ଈଷତ୍ ସ୍ପୃଷ୍ଟି (ଯଥା— ଶ ଷ ସ ହ) ବାହ୍ୟ ପ୍ରଯତ୍ନ ଅନୁସାରେ ବର୍ଣ୍ଣମାନଙ୍କୁ ୨ ଶ୍ରେଣୀ କରା ଯାଇଅଛି ୧. ଅଘୋଷ (ଯହିଁର ଉଚ୍ଚାରଣରେ ଶ୍ୱାସ ଆବଶ୍ୟକ ହୁଏ କିନ୍ତୁ ନାଦ ହୁଏ ନାହିଁ ଯଥା—ବର୍ଗର ୧ମ ଓ ୨ୟ ବର୍ଣ୍ଣ, ଶ, ଷ, ସ) ଓ ଘୋଷ (ଯହିଁର ଉଚ୍ଚାରଣରେ ନାଦ ହୁଏ, ଯଥା— ବର୍ଗର ୩ୟ, ୪ର୍ଥ, ୫ମ ବର୍ଣ୍ଣ ଓ ସ୍ୱରବର୍ଣ୍ଣ)—ହିନ୍ଦୀ - ଶ]