ପ୍ରରୋଚନ
ଦେଖଣା
ପ୍ରରୋଚନ
ଉଚ୍ଚାରଣ
[ସମ୍ପାଦନା](ପ୍ରରୋଚକ, ପ୍ରରୋଚିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଉତ୍ତେଜନ; ମତାଇବା; ଉଦ୍ଦୀପନା; ଉସକେଇବା — ୧. Stimulating; exciting; inditement; instigation; prompting.
- ୨. ପ୍ରବର୍ତ୍ତାଇବା —୨. Persuation.
- ୩. ପ୍ରସନ୍ନତା ସମ୍ପାଦନ; ସନ୍ତୋଷ କରାଇବା — ୩. Propitiating.
- ୪. ପୁସୁଲାଇବା —୪. Seduction; inveigling.
- ୫. ପ୍ରେରଣା —୫. Causation.
- ୬. ପ୍ରସ୍ତାବନାର ଅଙ୍ଗବିଶେଷ; ଦର୍ଶକମାନଙ୍କ ଅନୁଗ୍ରହଲାଭ ଆଶାରେ ନାଟକର ପ୍ରସ୍ତାବନାରେ ଯେଉଁ ଅଂଶରେ ଗ୍ରନ୍ଥ— କାରଙ୍କର ବା ବର୍ଣ୍ଣିତ ବିଷୟର ସୁଯଶଃ ଘୋଷିତ ହୋଇଥାଏ — ୬. A prelude extolling the author or the subject matter of a drama; a valedictory introduction to a drama.
- ୭. କୌଣସି ବିଷୟରେ ରୁଚି ଜନ୍ମାଇବା (ହିନ୍ଦୀ - ଶ) — ୭. Creating a taste for anything.