ପ୍ରଳମ୍ୱ
ପ୍ରଳମ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଲମ୍ୱ ଧାତୁ=ଲମ୍ୱିବା=କର୍ତ୍ତୃ. ଅ)
[ସମ୍ପାଦନା]- ୧. ବୃକ୍ଷ ଶାଖା —୧. Branch.
- ୨. ଗଛର ଓହଳ — ୨. Aerial roots descending from the branch of a tree.
- ୩. ବଳରାମଙ୍କଦ୍ୱାରା ନିହତ ଦୈତ୍ୟବିଶେଷ — ୩. Name of a demon killed by Baḻarāma.
[ଦ୍ରଷ୍ଟବ୍ୟ —ଏକଦା କୃଷ୍ଣ ଓ ବଳରାମ ଗୋପବାଳକଙ୍କ ସଙ୍ଗେ ଖେଳୁ ଥିଲେ ମାୟାବୀ ପ୍ରଳମ୍ୱାସୂର ଗୋପବାଳକ ବେଶ ଧରି ଏମାନଙ୍କ ସଙ୍ଗେ ଖେଳୁ ଥାଏ ପିଲାମାନଙ୍କ ମଧ୍ୟରେ କଥା ହେଲା ଯେ ଯେଉଁ ପିଲା ଖେଳରେ ହାରିବ, ସେ ଜିଣିବା ପିଲାକୁ କାନ୍ଧରେ ବସାଇ ବୁଲାଇବ ପ୍ରଳମ୍ୱାସୂର ହାରିଲା ଓ ବଳରାମ ଜିତିଲେ ପ୍ରଳମ୍ୱାସୂର ବଳରାମକୁ କାନ୍ଧରେ ବସାଇ ପଳାଇ ଯିବାକୁ ବସିଥିଲା, କିନ୍ତୁ ବଳରାମ ଆପଣା ଦେହକୁ ଏପରି ଭାରୀ କରି ଦେଲେ ଯେ ପ୍ରଳମ୍ୱାସୂର ଚାପି ହୋଇ ଗଲା ତା ପରେ ଅସୁର ନିଜ ରୂପ ଧାରଣ କରିବାରୁ ବଳରାମ ତା ସାଙ୍ଗେ ଯୁଦ୍ଧ କରି ତାକୁ ମାରି ପକାଇଲେ—ଭାଗବତ (ହିନ୍ଦୀ - ଶ.)]
- ୪. ଉଦ୍ଭିଦର ଅଙ୍କୁର — ୪. The shoot or sprout of a plant; offshoot.
- ୫. ହାର —୫. Necklace.
- ୬. ପୟୋଧର; ସ୍ତନ —୬. The breast of females.
(ପ୍ରଳମ୍ୱିତ—ବିଣ)
- ୭. ମେଘ —୭. Cloud.
- ୮. (+ଭାବ. ଅ) ପ୍ରଲମ୍ୱନ; ଝୁଲିବା; ଲଟକିବା — ୮. Hanging down.
- ୯. କାର୍ଯ୍ୟରେ ବୃଥାରେ ବିଳମ୍ୱ କରିବା (ହିନ୍ଦୀ - ଶବ୍ଦସାଗର) — ୯. Tradiness; dilatoriness.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (+କର୍ତ୍ତୃ. ଅ) ଲମ୍ୱମାନ — ୧. Hanging down; pendant; pendulous.
- ୨. ନଇଁ ପଡ଼ିବା —୨. Stooping.
- ୩. ଅଳସ; ଦୀର୍ଘସୂତ୍ରୀ —୩. Idle; dilatory.
- ୪. ବିଶେଷ ଲମ୍ୱ —୪. Very long.
ନୀଳ ବିକ୍କଳ କୁଟିଳ କୋମଳ, ପ୍ରଳମ୍ୱ ଗହଳ ସୁଗନ୍ଧସ୍ଥଳ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ଗ୍ରାମ୍ୟ - ବିଶେଷ୍ୟ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ପ୍ରଣବ)
[ସମ୍ପାଦନା]ଓଁକାର — ୧. The mystical sound 'om' uttered in the beginning of a Mantra.
ସରସ୍ୱତୀରୂପେ ବାକ୍ୟଦେବୀ କଣ୍ଠେ ପ୍ରଳମ୍ୱ ଅଛରୁ ବାକ୍ୟ ସ୍ରନି ପ୍ରାଚୀ. ରହସ୍ୟମଞ୍ଜରୀ
- ୨. (ସଂସ୍କୃତ - ପ୍ରଣାମ) ପ୍ରଣାମ —୨. Obeisance.
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପ୍ରମାଣିତ)
[ସମ୍ପାଦନା]ପ୍ରଣମିତ — Bowing down; making obeisance.
ଶୁଣି ଅର୍ଜୁନ ପ୍ରଳମ୍ୱ ହୋଇ—ପ୍ରାଚୀ. ପରଚେଗୀତା