Jump to content

ପ୍ରଶସ୍ତି

ଉଇକିଅଭିଧାନ‌ରୁ

ପ୍ରଶସ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍ର+ଶଂସ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ପ୍ରଶଂସା — ୧. Commendation, praise, eulogy.
୨. ଶ୍ରେଷ୍ଠତା —୨. Excellence. eminence.
୩. ପଂକ୍ତି —୩. Row, line.
୪. ପତ୍ର ଦେଖିବା ସମୟରେ ପତ୍ରର ଆଦ୍ୟରେ ଲେଖାଯିବା ପ୍ରଶଂସାସୂଚକ ବାକ୍ୟ; ଶିରୋନାମା (ହିନ୍ଦୀ - ଶ) — ୪. The titles and words of praise used in the beginning of a letter.
୫. ରାଜବଂଶର ଓ ରାଜାଙ୍କ କୀର୍ତ୍ତି ଆଦିର ବର୍ଣ୍ଣନାତ୍ମକ ଏକପ୍ରକାର ଆଜ୍ଞାପତ୍ର; ଯାହା ପଥର ଉପରେ ବା ତାମ୍ର ପଟ୍ଟ ଆଦିରେ ଖୋଦିତ ହେଉଥିଲା (ହିନ୍ଦୀ - ଶବ୍ଦସାଗର) — ୫. A description of the family and exploits of a king engraved on stone or metal plates under the king's orders.
୬. ପ୍ରାଚୀନ ପୁସ୍ତକର ଆଦ୍ୟରେ ଓ ଅନ୍ତରେ ଲେଖାଥିବା ଗ୍ରନ୍ଥକାରର ନାମ ଓ ପରିଚୟ ଓ ରଚନା ବା ଲେଖାର କାଳ ଓ ପୁସ୍ତକ ଲିଖିତ ବିଷୟର ସଂକ୍ଷିପ୍ତ ସୂଚନା (ହିନ୍ଦୀ - ଶ) — ୬. A brief indication of the nams and particulars of the author; the time of composition or writing and the content given at the beginning and end of old work.
୭. ବର୍ଣ୍ଣନା —୭. Description (Apte).
୮. ଆଶୀର୍ବାଦ; ମଙ୍ଗଳାଭିବାଦନ — ୮. Benedication (Apte)
୯. କୌଣସି ବ୍ୟକ୍ତିଙ୍କ ପ୍ରଶଂସାସୂଚକ କ୍ଷୂଦ୍ର କବିତା — ୯. A panegyric or small poem written in praise of any one (Apte).