ପ୍ରସରଣ
ଦେଖଣା
ପ୍ରସରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ସୃ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଆଗକୁ ଗତି କରିବା —୧. Advancing.
- ୨. ଇତସ୍ତତଃ ଗମନ —୨. Going forth; wandering.
- ୩. (ବାୟୁଆଦି) ବହିବା —୩. Blowing.
- ୪. ଶତ୍ରୁସୈନ୍ୟଙ୍କୁ ବେଷ୍ଟନ କରିବା — ୪. Surrounding the enemy.
ଶତ ପ୍ରସରଣେ ଏବେ ବେଢ଼ିଲେ ଅରାଜି ଅମର୍ଷିକି, ଆର୍ଜୁନିକି ଯଥା କୁରୁ ଗମ ରାଧାନାଥ. ମହାଯାତ୍ରା
- ୫. ବହିର୍ଗତ ହେବା —୫. Issuing.
- ୬. ତୃଣକାଷ୍ଠାଦି ସଂଗ୍ରହ ନିମନ୍ତେ ସୈନ୍ୟମାନଙ୍କର ଇତସ୍ତତ ଭ୍ରମଣ —୬. Going over the country for forage (said of an army).
- ୭. ଇତସ୍ତତଃ ବ୍ୟାପିବା —୭. Spreading over; diffusion.
- ୮. ବ୍ୟାପି; ବିସ୍ତାର —୮. Spreading; pervading.
- ୯. ବଢ଼ିବା; ବୃଦ୍ଧି —୯. Increasing.
- ୧. ଉତ୍ପତ୍ତି —୧୦. Birth; production.
- ୧୧. ସ୍ୱାର୍ଥପ୍ରବୃତ୍ତି —୧୧. Selfish desire.
- ୧୨. ମନୋହାରିତ୍ୱ —୧୨. Amiability (Apte).
- ୧୩. ବିକଶନ; ବିକାଶ —୧୩. Expanding (Apte).
- ୧୪. ପଳାଇଯିବା —୧୪. Running away (Apte).