ପ୍ରସରିବା
ଦେଖଣା
ପ୍ରସରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ପ୍ରସର)
[ସମ୍ପାଦନା]- ୧. ବହିର୍ଗତ ହେବା — ୧. To issue forth.
- ୨. (ନିଃଶ୍ୱାସାଦି) ବିହିବା —୨. To blow.
ନାସାନୀଳ ତଳ—ଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ କବିସୂର୍ଯ୍ୟ, କିଶୋରୀଚମ୍ପୂ
- ୩. ଚାରିଆଡ଼େ ବିଖ୍ୟାତ ହେବା; ପ୍ରକଟିତ ହେବା — ୩. To be published.
ଚମରୁ ନେତ୍ରାସତ, ଚେଳଚୋରି ପଣ୍ଡିତ ବୋଲି ପ୍ରସରୁଛି ଯାହା ନାମ କବିସୂର୍ଯ୍ୟ. ସଙ୍ଗୀତ
- ୪. ବୃଦ୍ଧି ପାଇବା —୪. To increase.
ବିନକୁ ବିନ ମାତ ପାପ ପ୍ରସରିଲା ପୃଥିବୀ ଦେବୀ ଗତ ଯଉବନା ହେଲା କୃଷ୍ଣସିଂହ, ମହାଭାରତ. ଆଦି
- ୫. ଘୋଟିବା —୫. To overspread.
ତନୁ ସଂକେତ ଲାଜ ପ୍ରସରିଲା ଶିଶୁଶଙ୍କର, ଉଷା ଅଭିଳାଷ
- ୬. (ଶକ୍ତି) ସଞ୍ଚାରିତ ହେବା —୬. To be diffused over.
ଏ ଅଞ୍ଜନ ଯୋଗେ ତୁମ୍ଭ ଇନ୍ଦ୍ରିୟ ନିକରେ ପ୍ରସରିବ ଦିବ୍ୟ ଶକ୍ତି ରାଧାନାଥ, ମହାଯାତ୍ରା
- ୭. ଊଣା ହେବା; କମିଯିବା; ଅପସାରିତ ହେବା — ୭. To become less; to abate.
ଅଇଲା ବସନ୍ତ ପ୍ରସରିଲା ଶୀତ ପ୍ରାଚୀନ, ସଙ୍ଗୀତ
- ୮. ବ୍ୟାପିବା; ବିସ୍ତୃତ ହେବା — ୮. To be diffused or spread.