Jump to content

ପ୍ରସହ

ଉଇକିଅଭିଧାନ‌ରୁ

ପ୍ରସହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସହ୍ ଧାତୁ=ସହିବା, ପାରଗ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେଉଁ ପକ୍ଷୀମାନେ ଝାମ୍ପ ମାରି ଶିକାରକୁ ଧରନ୍ତି; ଶିକାରୀ ପକ୍ଷୀ (ଯଥା—ଚିଲ, ଶାଗୁଣା, ବାଜ, ପେଚା, କୁଆ) —୧. A bird of prey; a bird which pounces upon its prey.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ରରେ ପକ୍ଷୀମାନଙ୍କୁ କରାଯାଇ ଥିବା ଶ୍ରେଣୀ— ମାନଙ୍କ ମଧ୍ୟରେ ପ୍ରସହ ଏକଶ୍ରେଣୀର ଏ ପକ୍ଷୀମାନଙ୍କ ମାଂସ ଉଷ୍ଣବୀର୍ଯ୍ୟ ଓ ଏମାନଙ୍କ ମାଂସ ଖାଇଲେ ଶ୍ଳେଷ୍ମ, ଭସ୍ମକ ଓ ଶୁକ୍ରକ୍ଷୟ ରୋଗ ହୁଏ—ହିନ୍ଦୀ - ଶ]

୨. ହିଂସ୍ରଜନ୍ତୁ; ମାଂସାଶୀ ଜନ୍ତୁ —୨. Beast of prey.

(ଯଥା—ସିଂହ; ବ୍ୟାଘ୍ର ପ୍ରଭୃତି)

୩. (+ଭାବ. ଅ)—ସମ୍ଭାଳିବା; ଖୁବ ସହିବା — ୩. Bearing; enduring; withstanding (Apte).
୪. ବାଧା ଦେବା —୪. Resistance (Apte).
୫. ବିରୋଧ —୫. Opposition (Apte).
୬. ସହନଶୀଳତା ସହିଷ୍ଣୁତା —୬. Endurance (Apte).