Jump to content

ପ୍ରସାଦ

ଉଇକିଅଭିଧାନ‌ରୁ
  • ଦେବନିବେଦିତ ଦ୍ରବ୍ୟ
  • ଗୁରୁଜନଙ୍କ ଭୁକ୍ତାବଶିଷ୍ଟ
  • ସ୍ଵଚ୍ଛତା; ନିର୍ମଳତା
  • ଉଜ୍ଜ୍ଵଳତା; ଚାକଚକ୍ୟ
  • ଦୟା; ଅନୁଗ୍ରହ; କୃପା
  • ସଂଯୋଗ; ପ୍ରସକ୍ତି; ସଙ୍ଗ
  • ପ୍ରସନ୍ନତା
  • ମନର ଶାନ୍ତି
  • ଥଣ୍ତା ମିଞ୍ଜାସ
  • ଦାନ; ବକ୍ସିସ୍
  • ଦେବତା ଆଦିଙ୍କୁ ପ୍ରସନ୍ନ କରିବା ପାଇଁ ଦିଆଯିବା ଭୋଗ
  • ଭେଟୀ
  • ମଙ୍ଗଳ; କଲ୍ୟାଣ
  • ବାକ୍ୟର ଗୁଣବିଶେଷ
  • ସୌମ୍ୟତା
  • ସ୍ଵାସ୍ଥ୍ୟ
  • ଅନ୍ନ ବ୍ୟଞ୍ଜନାଦି ଖାଦ୍ୟ
  • ଦେବତାଙ୍କଠାରେ ବଳି ଦିଆ ଯାଇଥିବା ପଶୁର ମାଂସପ୍ରସାଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ସଦ୍ ଧାତୁ=ହୃଷ୍ଟ ହେବା ପ୍ରସନ୍ନ ହେବା+ଭାବ. ଅ)

[ସମ୍ପାଦନା]
୧. ଦେବନିବେଦିତ ଦ୍ରବ୍ୟ — ୧. Food offered to a Deity.
୨. ଗୁରୁଜନଙ୍କ ଭୁକ୍ତାବିଶିଷ୍ଟ (ଯାହାକୁ ଶିକ୍ଷ୍ୟାଦି ଭକ୍ତିସହକାରେ ସେବା କରନ୍ତି) —୨. Food left by one's elders or preceptors.
୩. ସ୍ୱଚ୍ଛତା; ନିର୍ମଳତା — ୩. Clearness; transparency.
୪. ଉଜ୍ଜ୍ୱଲତା; ଚାକଚକ୍ୟ —୪. Brightness; radiance.
୫. ଦୟା; ଅନୁଗ୍ରହ; କୃପା — ୫. Favour; kindness; clemency.


୬. ସଂଯୋଗ; ପ୍ରସକ୍ତି; ସଙ୍ଗ —୬. Association.
୭. ପ୍ରସନ୍ନତା —୭. Grace; apprebation; propitiousness; cheerfulness.
୮. ମନର ଶାନ୍ତି —୮. Peace of mind; composure; contentment; calmness; mental tranquility.
୯. ଥଣ୍ଡା ମିଞ୍ଜାସ —୯. Good temper; cheerfulness of disposition (Apte).
୧. ଦାନ; ବକ୍ସିସ୍ — ୧୦. Free gift; gratuity (Apte).
୧୧. ଦେବତା ଆଦିଙ୍କୁ ପ୍ରସନ୍ନ କରିବା ପାଇଁ ଦିଆଯିବା ଭୋଗ — ୧୧. Any propitiatory offering (Apte).
୧୨. ଭେଟୀ (ହିନ୍ଦୀ - ଶ.) —୧୨. A present.
୧୩. ମଙ୍ଗଳ; କଲ୍ୟାଣ — ୧୩. Prosperity; wellbeing; welfare.
୧୪. ବାକ୍ୟର ଗୁଣବିଶେଷ — ୧୪. Elegance in composition; perspecuity; clearness of style; poetry written in easy and elegant style.

[ଦ୍ରଷ୍ଟବ୍ୟ —ଯେଉଁ ସ୍ଥଳରେ କାବ୍ୟ ପାଠ ମାତ୍ରେ ଅର୍ଥ ବୋଧହୁଏ, ଅଥଚ ବର୍ଣ୍ଣିତ ବିଷୟ ସମ୍ୱନ୍ଧରେ ମନରେ ସ୍ଥାୟୀଭାବ ଅଙ୍କିତ ହୁଏ ଏବଂ ଗ୍ରାମ୍ୟ ଶବ୍ଦ ବ୍ୟବହୃତ ହୁଏ ତାହା ପ୍ରସାଦଗୁଣବିଶିଷ୍ଟ ରଚନା]

୧୫. ସୌମ୍ୟତା —୧୫. Gentleness; serenity.
୧୬. ସ୍ୱାସ୍ଥ୍ୟ —୧୬. Health.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସାଧୁଭାଷା ପ୍ରୟୋଗ) ଅନ୍ୱ ବ୍ୟଞ୍ଜନାଦି ଖାଦ୍ୟ — ୧. Food.

[ଦ୍ରଷ୍ଟବ୍ୟ —କେତେକ ବ୍ୟକ୍ତି ଗୋଟିଏ କଥାକୁ ସାଧାରଣ ଭାଷାରେ ନ କହି ସାଧୁଭାଷା ବ୍ୟବହାର କରିବାକୁ ସୁଖ ପାଆନ୍ତି 'ଭାତ ଖାଇବାକୁ ଆସି' ଏ କଥା ନ କହି 'ପ୍ରସାଦ ସେବା କରିବାକୁ ଆସନ୍ତୁ' ବୋଲି କହନ୍ତି 'ଆପଣ ଖାଇଲେଣି କି?' ଏ କଥା ନ କହି 'ଆପାଣଙ୍କ ଭୋଜନ ହେଲାଣି କି?' କହନ୍ତି ସାଧୁଭାଷା— ବ୍ୟବହାରପ୍ରିୟ ବ୍ୟକ୍ତିମାନଙ୍କ ମୁହଁରୁ ଏହି ଶ୍ରେଣୀର ଅନେକ ବାକ୍ୟ ଶୁଣାଯାଏ]

୨. ଦେବତାଙ୍କଠାରେ ବଳି ଦିଆ ଯାଇଥିବା ପଶୁର ମାଂସ — ୨. Meat of a victim slaughtered before an idol.