Jump to content

ପ୍ରସ୍ତାବନା

ଉଇକିଅଭିଧାନ‌ରୁ

ପ୍ରସ୍ତାବନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ତୁ ଧାତୁ ଣିଚ୍=ସ୍ତାବି ଧାତୁ+ଭାବ. ଅନ +ସ୍ତ୍ରୀ. ଆ)

[ସମ୍ପାଦନା]
୧. ଉପକ୍ରମ; ଆରମ୍ଭ; ଉତ୍ଥାପନ — ୧. Commencement.
୨. ଅବତାରଣା —୨. Introduction.
୩. ଗ୍ରନ୍ଥାଦିର ଆରାମ୍ଭରେ ଗ୍ରନ୍ଥବିଷୟରେ ସୂଚନା — ୩. Preface.
୪. ନାଟକାଦି ଗ୍ରନ୍ଥରେ ଅଭିନୟ ଆରମ୍ଭରେ ନଟର ଅବତାରଣା ମଙ୍ଗଳଚରଣ —୪. Prologue; prelude.
୫. ନାଟକାଭିନୟର ଆରାମ୍ଭରେ ନଟ, ନଟୀ, ପୁତ୍ରଧାରଆଦିଙ୍କ ମଧ୍ୟରେ କତୋପକଥନଛଳରେ ନାଟକୀୟ ପ୍ରସଙ୍ଗର ବା ଗ୍ରନ୍ଥାକାରଙ୍କ ପରିଚୟ ଦେବା —୫. An introductory dialogue between the head acter and the actress introducing the audience to the incidents of the drama (Apte).

[ଦ୍ରଷ୍ଟବ୍ୟ —ନାନ୍ଦୀ ପରେ ସୂତ୍ରଧାର କାବ୍ୟାର୍ଥବ୍ୟଞ୍ଜନ ସୁମଧୁର କବିତା—ଦ୍ୱାରା ସାମାଜିକମାନଙ୍କର ଚିତ୍ତରଞ୍ଜନ କରନ୍ତି କିମ୍ୱା ଋତୁବିଶେଷକୁ ଅବଲମ୍ୱନ କରି ନଟୀମୁଖରେ ଗୋଟିଏଗୀତ ବୋଲନ୍ତି ତତ୍ପରେ ନଟୀ, ବିଦୂଷକ ଓ ସୂତ୍ରଧାର ମିଳିତହୋଇ ପ୍ରକୃତ ପ୍ରସ୍ତାବବିଷୟକ କଥୋପକଥନ ଆରାମ୍ଭ କରନ୍ତି ଏହାକୁ ପ୍ରସ୍ତାବନା ବୋଲାଯାଏ ନାଟକମାନଙ୍କରେ ୫ ପ୍ରକାର ପ୍ରସ୍ତାବନା ଦେଖାଯାଏ, ଯଥା— ଉଦ୍ଘାତକ, କଥୋଦ୍ଘାତ, ପ୍ରୟୋଗାତିଶୟ, ପ୍ରବୃତ୍ତକ ଓ ଆବଲଗିତ]