ପ୍ରସ୍ତାବ ଆଗତ କରିବା
ଦେଖଣା
ପ୍ରସ୍ତାବ ଆଗତ କରିବା
ଉଚ୍ଚାରଣ
[ସମ୍ପାଦନା]ପ୍ରସ୍ତାବ ଉପସ୍ଥାପିତ କରିବା, ପ୍ରସ୍ତାବ ଆଣିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସଭାସମିତିରେ କୌଣସି ପ୍ରସ୍ତାବ ପ୍ରଥମେ ପକାଇବା; ପ୍ରସ୍ତାବ କରିବା —To put a proposal to a meeting.
[ଦ୍ରଷ୍ଟବ୍ୟ —ପ୍ରସ୍ତାବ ସଭାରେ ଉପସ୍ଥାପିତ ହେବାରେ ତାହାକୁ ଅନ୍ୟ— ମାନେ ଅନୁମୋଦନ କରନ୍ତି (to second), ସମର୍ଥନ କରନ୍ତି (to support), କିମ୍ୱା କାହାର ଉକ୍ତ ପ୍ରସ୍ତାବରେ ଆପତ୍ତି ଥିଲେ କେହି ଆପତ୍ତି କରେ (to oppose), କିମ୍ୱା ସଂଶୋଧନ ପ୍ରସ୍ତାବ ଆଗତ କରେ (to propose an amendment), ତା ପରେ ସଂଶୋଧିତ ପ୍ରସ୍ତାବ ବା ସଂଶୋଧିତ ପ୍ରସ୍ତାବ ନ ଥିଲେ ମୂଳ ପ୍ରସ୍ତାବ ସଭାସ୍ଥ ବ୍ୟକ୍ତିମାନଙ୍କ ମତ ପାଇଁ ସଭାରେ ଉପସ୍ଥାପିତ ହୁଏ (to put to the vote), ସର୍ବଶେଷରେ ପ୍ରସ୍ତାବ ସପକ୍ଷରେ ଅଧିକାଂଶ ବ୍ୟକ୍ତିଙ୍କ ମତ ହେଲେ ତାହା ଗୃହୀତ (passed), ହୁଏ; ଅନ୍ୟଥା ତାହା ନାମଞ୍ଜୁର (lost or defeated) ହୁଏ ]