ପ୍ରସ୍ତାର
ଦେଖଣା
ପ୍ରସ୍ତାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ତୃ ଧାତୁ ଣିଚ+ଭାବ. ଅ)
[ସମ୍ପାଦନା]- ୧. ବିସ୍ତାର — ୧. Spreading; diffusion.
ନିଳୟ ଧରେ ମଲୟ ଧର ଶୋଭା ଚନ୍ଦନ ଗନ୍ଧ ପ୍ରସ୍ତାର ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. ଆଧିକ୍ୟ; ବୃଦ୍ଧି (ହିନ୍ଦୀ - ଶ) —୨. Increase.
- ୩. ପତ୍ର; ପୁଷ୍ପ; ତୃଣାଦିରଚିତ ଶଯ୍ୟା (ହିନ୍ଦୀ - ଶ) — ୩. A bed of grass, leaves or flowers.
- ୪. ପରସ୍ତ; ସ୍ତର (ହିନ୍ଦୀ - ଶ) —୪. Layer.
- ୫. (+କରଣ. ଅ) ସୀଢ଼ି (ହିନ୍ଦୀ - ଶ) — ୫. Ladder; flight of steps.
- ୬. ସମତଳ (ହିନ୍ଦୀ - ଶ) — ୬. A plain; a flat surface.
- ୭. ଘାସ ବଣ (ହିନ୍ଦୀ - ଶବ୍ଦସାଗର) — ୭. A place overgrown with grass.
- ୮. ବୁଦାଳିଆ ଜଙ୍ଗଲ —୮. Thieket wood (Apte).
- ୯. (ଛନ୍ଦଃ ଶାସ୍ତ୍ର) ଛନ୍ଦମାନଙ୍କର ବିଭିନ୍ନ ଭେଦ, ରୂପ ଓ ଲଘୁଗୁରୁ ବର୍ଣ୍ଣ ସଂଖ୍ୟା ଆଦି ଲେଖା ଥିବା ଫଳକ —୯. (prosody) A tabular representation of the long and short vowels of a metre with all possible varieties (Apte).