ପ୍ରସ୍ଥ
ଦେଖଣା
ପ୍ରସ୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ସ୍ଥା ଧାତୁ+ଅଧିକରଣ. ଅ)
[ସମ୍ପାଦନା]- ୧. ଶସ୍ୟାଦିର ପରିମାଣବିଶେଷ; ୪୮: ଆଞ୍ଜୁଳା; ୩୨: ପଳ — ୧. A measure of corn; about ୪୮ double handfuls.
[ଦ୍ରଷ୍ଟବ୍ୟ —ଏହି ପରିମାଣ ୨ ପ୍ରକାର; ଓଜନର ପରିମାଣ ଓ ମାପର ପରିମାଣ ଏ ପରିମାଣରେ ମତଭେଦ ଲକ୍ଷିତ ହୁଏ କେହି କହନ୍ତି ୪ କୁଡ଼ବ=୧ ପ୍ରସ୍ଥ; କେହି କହନ୍ତି ୨ଶବାବ=୧ ପ୍ରସ୍ଥ; କେହି କହନ୍ତି ୪ ପ୍ରସ୍ଥ=୧ ଆଢ଼କ ବମନ ବିରେଚନ ଓ ଶୋଣିତ ମୋକ୍ଷଣରେ କେହି କହନ୍ତି ୧ ପ୍ରସ୍ଥ=୧୩: /?/ ପଳ; କେହି କହନ୍ତି =୬ ପଳ, କେହି କହନ୍ତି=୧/୧୬: ଦ୍ରୋଣ ହିନ୍ଦୀ - ଶ]
- ୨. ଅଧିତ୍ୟକା; ପର୍ବତ ଉପରିସ୍ଥ ସମତଳ ଭୂମି — ୨. Table land on the top of a mountain; planteau.
- ୩. ଉପତ୍ୟକା —୩. Vally; dale; glen.
- ୪. ବିସ୍ତୃତ ସମତଳ ଭୂମି —୪. Level expanse.
- ୫. ୧୨: ଆଙ୍ଗୁଳି ପରିମିତ ସ୍ଥାନ — ୫. A space of ୧୨ fingers.
- ୬. ପରିସର; ବିସ୍ତାର —୬. Width; expanse.
- ୭. ଓସାର —୭. Breadth.
- ୮. ବାସନର ଏକସାର —୮. A set of utensils.
- ୯. ପରିଛଦର ଏକସାର —୯. A suit of clothes.
- ୧. ପାହାଡ଼ର ଉଚ୍ଚ ତଟ; ଅତଡ଼ି (ହିନ୍ଦୀ - ଶ) — ୧୦. Precipice.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରସ୍ତ (ଦେଖ) - —Prasta (See)