ପ୍ରାକୃତ

ଉଇକିଅଭିଧାନ‌ରୁ

ପ୍ରାକୃତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାକୃତା, ପ୍ରାକୃତୀସ୍ତ୍ରୀ

[ପ୍ରାକୃତତା(ତ୍ୱ)—ବି]

  • (file)

ସଂସ୍କୃତ - ବିଶେଷଣ - (ପ୍ରକୃତି+ଭାବାର୍ଥେ. ଅ)[ସମ୍ପାଦନା]

୧. ଅକୃତ୍ରିମ; ନୈସର୍ଗିକ; ପ୍ରକୃତିରୁ ଜାତ; ମୌଳିକ; ଅପରିବର୍ତ୍ତିତ; ଅବିକୃତ — ୧. Natural; original; unmodified; unaltered (Apte).
୨. ପ୍ରକୃତିସମ୍ୱନ୍ଧୀୟ; ପ୍ରାକୃତିକ — ୨. Relating to nature.
୩. ସ୍ୱାଭାବିକ; ସହଜ; ସ୍ୱଭାବସିଦ୍ଧ — ୩. Inborn; inherent.
୪. ପ୍ରଜାସମ୍ୱନ୍ଧୀୟ —୪. Relating to the subjects.
୫. ସାମାନ୍ୟ; ସାଧାରଣ — ୫. Common; usual; ordinary.
୬. (ପ୍ର+ଅକୃତ=ଅପକାର୍ଯ୍ୟ)—ନୀଚ; ଅଧମ; ଇତର — ୬. Low; mean; vulgar.
୭. ଅଶିଷ୍ଟ; ଅସଭ୍ୟ —୭. Uncultured; unrefuned (Apte).
୮. ଅଶିକ୍ଷିତ —୮. Illiterate; uneducated (Apte).
୯. ଭୌତିକ —୯. Material; physical.
୧. ମାୟାମୟ —୧୦. Illusory.
୧୧. (ଦର୍ଶନ ଶାସ୍ତ୍ର)—ମହତ୍ତତ୍ତ୍ୱାଦିଦ୍ୱାରା ସୃଷ୍ଟି — ୧୧. (Hindu philosophy) Created by Mahat<? ?>- tattwa etc.

ପ୍ରାକୃତ ବୈକୃତ ସଂସାର, ମହତ ସ୍ଥାନର ସଞ୍ଚାର ଜଗନ୍ନାଥ. ଭାଗବତ

୧୨. ହେୟ —୧୨. Insignificant; trifling; unimportant (Apte).
୧୩. ଲୌକିକ; ଜନକଥିତ (ଭାଷା) —୧୩. Venacular; (language) spoken by ordinary people (Apte).
୧୪. ପ୍ରାଦେଶିକ; ଦେଶାଂଶବିଶେଷ ପ୍ରଚଳିତ (ଭାଷା; ଶବ୍ଦ) — ୧୪. Provincial; dialectical (Apte).

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଅସଂସ୍କୃତ ଭାଷା; ଯେଉଁ ଭାଷା ଇତର ଲୋକେ ବ୍ୟବହାର କରନ୍ତି — ୧. Vulgar language; a vernacular language.
୨. ଚଳିତ ଭାଷା; କଥୋପକଥନର ଭାଷା — ୨. Sopken dialect.
୩. ପାଲୀ ବା ମାଗଧୀ ଭାଷା — ୩. The Pālī dialect.
୪. ଯେଉଁ ସଂସ୍କୃତମୂଳକ ଅପଭ୍ରଷ୍ଟ ଭାଷ ସାହାଯ୍ୟରେ ସଂସ୍କୃତ ନାଟକରେ ସ୍ତ୍ରା ଓ ଇତର ବ୍ୟକ୍ତିମାନେ କଥୋପକଥନ କରନ୍ତି —୪. The Prākṛuta dialect derived from and akin to Sanskrit, used by female and vulgar characters in Sanskrit dramas (Apte).
୫. ଦେଶାଂଶବିଶେଷ ପ୍ରଚଳିତ ଭାଷା; ଭାଖା —୫. Dialect.
୬. ନୀଚ ବ୍ୟବସାୟାବଲମ୍ୱୀ ବ୍ୟକ୍ତି —୬. Man following a degraded or menial profession.
୭. ଇତର ଜନ; ସାଧାରଣ ବ୍ୟକ୍ତି — ୭. An ordinary or vulgar man.
୮. ପରାଶରଙ୍କ ମତରେ ସ୍ୱାତୀ, ଭରଣୀ ଓ କୃତ୍ତିକା ନକ୍ଷତ୍ର ବାଟେ ଯିବା ସମୟରେ ବୁଧ ଗ୍ରହର ଗତି (ହିନ୍ଦୀ - ଶ.) — ୮. The passage of the planet Mercury through the ୧୫th, ୨nd, and ୩rd asterisms.

[ଦ୍ରଷ୍ଟବ୍ୟ —ବୁଧ ଗ୍ରହର ୭ ପ୍ରକାର ଗତି ମଧ୍ୟରୁ ଏହା ପ୍ରଥମ; ଏହା ୪ ଦିନ ସ୍ଥାୟୀ ହୁଏ ଓ ଏ ସମୟରେ ପୃଥିବୀରେ ଆରୋଗ୍ୟ, ବୃଷ୍ଟି, ଧାନ୍ୟର ବୃଦ୍ଧି ଓ ମଙ୍ଗଳ ହୁଏ—ହିନ୍ଦୀ - ଶ.]

[ଦ୍ରଷ୍ଟବ୍ୟ —ହେମଚନ୍ଦ୍ର ଆଦି ପଣ୍ଡିତମାନେ କହନ୍ତି ଯେ 'ସଂସ୍କୃତ' ଭାଷାରୁ 'ପ୍ରାକୃତ' ଜନ୍ମି ଅଛି ଏବଂ କେହି କେହି କହନ୍ତି ଯେ 'ପ୍ରାକୃତ' ଭାଷାରୁ 'ସଂସ୍କୃତ' ଭାଷାର ଉଦ୍ଭବ; କିନ୍ତୁ ପ୍ରକୃତିଗତ ଅର୍ଥ ବିଚାର କଲେ ଦେଖା ଯିବ ଯେ 'ପ୍ରାକୃତ' ଭାଷାହିଁ ଜନକଥିତ ଆଦ୍ୟ ଭାଷା ଓ ତାହା ସଂସ୍କୃତ ହୋଇ ତହିଁରୁ ସଂସ୍କୃତ ଭାଷାର ଉତ୍ପତ୍ତି ହୋଇ ଅଛି ହେମଚନ୍ଦ୍ର ପ୍ରାକୃତ ଭାଷାର ବ୍ୟାକରଣ ଓ ଶବ୍ଦକୋଷ ସଂକଳନ କରିଥିଲେ ଯାହାହେଉ, ଆଧୁନିକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ଆଦି ଆର୍ଯ୍ୟ ଭାଷା ନିମ୍ନଲିଖିତ ଭାଗରେ ବିଭକ୍ତ କରାଯାଇ ପାରେ: ===


[ଦ୍ରଷ୍ଟବ୍ୟ —କେତେକ ପଣ୍ଡିତ ଅନୁମାନ କରନ୍ତି ଯେ ଖ୍ରୀଷ୍ଟପୂର୍ବ ୩୩: ସାଲର ପୂର୍ବେ ପ୍ରାକୃତ ଭାଷା ପଶ୍ଚିମୀ ଓ ପୂର୍ବୀ ଦୁଇ ରୂପ ଧାରଣ କରିଥିଲା ପୂର୍ବୀ ପ୍ରାକୃତ ମାଗଧୀ ବା ପାଳୀ ନାମରେ ବିଖ୍ୟାତ ହେଲା ବୌଦ୍ଧ ଧର୍ମର ପ୍ରଚାର ସଙ୍ଗେ ପାଲୀ ଭାଷାର ଖୁବ୍ ଉନ୍ନତି ହେଲା ଓ ପ୍ରଥମେ ପଥମେ ବୌଦ୍ଧ ଧର୍ମର ଗ୍ରନ୍ଥମାନ ପାଲୀ ଭାଷାରେ ଲେଖା ହେଉଥିଲା ପ୍ରାଚୀନ ପ୍ରାକୃତର ବିକାଶ ଠାରୁ ଖ୍ରୀଷ୍ଟାବ୍ଦ ୧ ସାଲ ପର୍ଯ୍ୟନ୍ତ ସମୟ ମଧ୍ୟରେ ଧୀରେ ଧୀରେ ଆଧୁନିକ ଦେଶଭାଷାମାନଙ୍କର ଜନ୍ମ ହେଲା ଯେଉଁପରି ସଂସ୍କୃତ ଭାଷାର ପର୍ବପ୍ରାଚୀନ ରୂପକୁ ବୈଦିକ ସଂସ୍କୃତ ବୋଲାଯାଏ, ସେହିପରି ପ୍ରାକୃତ ଭାଷାର ସର୍ବପ୍ରାଚୀନ ରୂପକୁ ଆର୍ଷ ପ୍ରାକୃତ ବୋଲାଯାଏ ମାର୍କଣ୍ଡେୟ ପ୍ରାକୃତ ଭାଷାର ନିମ୍ନଲିଖିତ ଶ୍ରେଣୀ— ବିଭାଗ କରି ଅଛନ୍ତି—୧ ଭାଷା (ମହାରାଷ୍ଟ୍ରା, ଶୌରସେନୀ, ପ୍ରାଚ୍ୟା, ଆବନ୍ତୀ, ମାଗଧୀ, ଅର୍ଦ୍ଧମଗଧୀ); ୨ ବିଭାଷା, (ଶାକରୀ, ଚାଣ୍ଡାଳୀ, ଶାବରୀ, ଆଭୀରୀ, ଟାକ୍କୀ, ଔଡ଼ା, ଦ୍ରାବିଡ଼ୀ) ୩ ଅପଭ୍ରଂଶ ୪ ପୈଶାଚୀ ଏହା ଛଡ଼ା ଚୂଳିକା ପୈଶାଚୀ ଆଦି କେତେକ ନିମ୍ନ ଶ୍ରେଣୀର ପ୍ରାକୃତ ମଧ୍ୟ ଅଛି ସର୍ବ ପ୍ରଥମେ ମଗଧର ଭାଷା ପାଲୀ ନାମରେ ସାହିତ୍ୟ ଆଡ଼କୁ ଅଗ୍ରସର ହେଲା ବୌଦ୍ଧ ଗ୍ରନ୍ଥମାନ ପ୍ରଥମେ ଏହି ଭାଷାରେ ଲେଖା ଯାଇଥିଲା, ପରେ ଜୈନମାନଙ୍କଦ୍ୱାରା ଅର୍ଦ୍ଧ ମାଗଧୀ ଓ ମହାରାଷ୍ଟ୍ରୀ ଭାଷାମାନଙ୍କର ଆଦର ହେଲା ମହାରାଷ୍ଟ୍ରୀ ସାହିତ୍ୟରୁ ଉଦ୍ଭୂତ ଗୋଟିଏ କୃତ୍ରିମ ପ୍ରାକୃତ ଭାଷା ସଂସ୍କୃତ ନାଟକମାନଙ୍କରେ ବ୍ୟବହୃତ ହେଲା ଏହି କୃତ୍ରିମ ପ୍ରାକୃତରୁ ଯେଉଁ ଭାଷା ବାହାରିଲା ତାହାକୁ 'ଅପଭ୍ରଂଶ' ବୋଲା ଗଲା ଏହି ଅପଭ୍ରଂଶରୁ ଭାରତରେ ବର୍ତ୍ତମାନ ପ୍ରଚଳିତ ଆର୍ଯ୍ୟ ଶାଖାର ଦେଶଭାଷା (Aryan vernaculars) ମାନଙ୍କର ଉତ୍ପତ୍ତି ହୋଇଅଛି ବୌଦ୍ଧ ଗ୍ରନ୍ଥ ଲଳିତବିସ୍ତରରେ ଯେଉଁ ପ୍ରାକୃତ ଭାଷା ମିଳୁ ଅଛି ତାହା ସଙ୍ଗେ ସଂସ୍କୃତ ଭାଷାର ବହୁତ ସାମଞ୍ଜସ୍ୟ ଦେଖାଯାଏ ପ୍ରାକୃତ ଭାଷାରେ ଦ୍ୱିବଚନ ନାହିଁ; ପ୍ରାକୃତ ବର୍ଣ୍ଣମାଳାରେ ଋ, ଋ, /?/ /?/ ଐ, ଔ, ଶ, ଷ, ଓ ବିସର୍ଗ ନାହିଁ—ହିନ୍ଦୀ - ଶ.]