ପ୍ରାଚୀ
ଦେଖଣା
ପ୍ରାଚୀ
ଉଚ୍ଚାରଣ
[ସମ୍ପାଦନା](ପ୍ରତୀଚୀ ବିପରୀତ) ===
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ରାଚ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ପୂର୍ବଦିଗ —୧. The east.
- ୨. ପୂଜ୍ୟ ଓ ପୂଜକର ମଧ୍ୟବର୍ତ୍ତୀ ସ୍ଥାନ — ୨. The space between the worshipper and the worshipped.
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପୁରୀ ଜିଲ୍ଲାର ନଦୀବିଶେଷ — A river in the district of Puri.
[ଦ୍ରଷ୍ଟବ୍ୟ —ଏହି ନଦୀ ପୁରୀ ଜିଲ୍ଲା ବାଲିଅନ୍ତା ନିକଟସ୍ଥ ଖତନପଡ଼ା ଗ୍ରାମର ୨ ମାଇଲ ଦୂରରେ କୁଆଖାଇ ନଦୀର ଉ. ପୂରୁ ବାହାରି ଦ. ପୂ. ଦିଗକୁ ପ୍ରାବାହିତ ହୋଇ ପୁରୀ ଜିଲ୍ଲା କାକଟପୁର ଥାନାର କେଉଟଜଂଗା ନିକଟରେ ବଙ୍ଗୋପସାଗରରେ ମିଶିଅଛି ଏହାର
ଦୈର୍ଘ୍ୟ ୩ ମାଇଲ ଓ ପ୍ରସ୍ଥ ୪୫: ହାତ ଏହା ତୀରରେ ପୁରାଣପ୍ରସିଦ୍ଧ ତୀର୍ଥସ୍ଥାନ ଓ ଦେବ ମନ୍ଦିରମାନ ବିଦ୍ୟମାନ ରହିଅଛି ରାମାୟଣବର୍ଣ୍ଣିତ ଦଣ୍ଡକାରଣ୍ୟ ଏହା କୂଳରୁ ଆରମ୍ଭ ହୋଇଥିବାର କଥିତ ଏହା ତୀରସ୍ଥ ନିଆଳୀ ଗ୍ରାମ ନିକଟସ୍ଥ ପାଣ୍ଡବ ତୀର୍ଥରେ ପ୍ରତିବର୍ଷ ମକର ଶୁକ୍ଳ ଏକାଦଶୀ ଦିନ ଗୋଟିଏ ମେଳା ହୁଏ ଏହା ତୀରସ୍ଥ ତୁଳସୀପୁର ଗ୍ରାମ ପାଖେ ଚଉରାସୀ ବୋଲି ଗୋଟିଏ ଗ୍ରାମରେ ପ୍ରାଚୀନ ରାଜଧାନୀର ଭଗ୍ନାବଶେଷ ଦେଖାଯାଏ ଏବଂ ଏହା ପ୍ରାଚୀନ ଉତ୍କଳର ରାଜଧାନୀ ତୋଷାଲି ବୋଲି ଅନୁମାନ କରାଯାଏ ପୂର୍ବେ ଏ ନଦୀ ସ୍ରୋତସ୍ୱତୀ ଥିଲା ଏବଂ ଏଥିରେ ନୌକାଦ୍ୱାକା କୌଣର୍କ ମନ୍ଦିରର ପଥରମାନ ସୁଦୂର ଖୋରଧା ଓ ନୀଳଗିରିରୁ ଅଣା ଯାଇଥିଲା କୋଣାର୍କ ମନ୍ଦିରରେ କାମ କରୁଥିବା ୧୨: ବଢ଼େଇ ଏହି ନଦୀ ତୀରସ୍ଥ ଭଇଁଚିଗର଼ଡ଼ି ଗ୍ରାମରେ ରହି କାର୍ଯ୍ୟ କରୁଥିଲେ ଅକ୍ଷୟ ତତୀୟା ଦିନ ଏହିଠାରେ ବଢ଼େଇମାନଙ୍କର ବାର୍ଷିକ ମେଳା ହୁଏ—ଡାକ୍ତର ରାଧାଚରଣ ପଣ୍ତା]