ପ୍ରାଜାପତ୍ୟ
ଦେଖଣା
ପ୍ରାଜାପତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରଜାପତି+ଯ)
[ସମ୍ପାଦନା]- ୧. ପ୍ରଜାପତି ସମ୍ୱନ୍ଧୀୟ — ୧. Relating to Brahmā.
- ୨. ପ୍ରଜାପତିଙ୍କଠାରୁ ଉତ୍ପନ୍ନ — ୨. Born of Prajāpati.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ହିନ୍ଦୁଧର୍ମାନୁମତ ବିବାହବିଶେଷ (ଯହିଁରେ କନ୍ୟା— କର୍ତ୍ତା ବରଙ୍କୁ ସମ୍ମାନ ସହକାରେ କନ୍ୟା ପ୍ରଦାନ କରନ୍ତି — ୧. A form of marriage.
[ ଦ୍ର—ହିନ୍ଦୁଶାସ୍ତ୍ରୋକ୍ତ ଆଠ ପ୍ରକାର ବିବାହରୁ ଏହା ଏକ ଏଥିରେ କନ୍ୟାକର୍ତ୍ତା ବର ଓ କନ୍ୟାଙ୍କୁ ଏକତ୍ର କରି ସେମାନଙ୍କୁ ନିମ୍ନିଲିଖିତ ପ୍ରତିଙ୍କାରେ ଆବଦ୍ଧ କରନ୍ତି ଆମ୍ଭେ ଦୁହେଁ ମିଳିତ ହୋଇ ଗାର୍ହସ୍ଥ୍ୟ ଧର୍ମ ପାଳନ କରିବୁଁ ଦମ୍ପତି ଏ ପ୍ରତିଜ୍ଞାରେ ଆବଦ୍ଧ ହେବା ପରେ କନ୍ୟାକର୍ତ୍ତା ଦହିଙ୍କର ପୂଜା କରି ସାଳଙ୍କାରା କନ୍ୟାକୁ ବରଙ୍କ ହସ୍ତରେ ସମର୍ପଣ କରନ୍ତି—ହିନ୍ଦୀ - ଶ]
- ୨. ପ୍ରୟାଗ—(ହିନ୍ଦୀ - ଶ.) —୨. Allahabad.
- ୩. ଦ୍ୱାଦଶାହସାଧ୍ୟ ପ୍ରାୟଶ୍ଚିତ୍ତ ବ୍ରତବିଶେଷ (ପ୍ରଥମ ଦିବସତ୍ରୟ ସନ୍ଧ୍ୟାବେଳେ ୨୨: ଗୁଣ୍ଡା ଅନ୍ନ ଭୋଜନ; ତତ୍ପର ଦିବସ— ତ୍ରୟ ପ୍ରାତଃକାଳରେ ୨୬: ଗୁଣ୍ଡା ଅନ୍ନ ଭୋଜନ, ତତ୍ପର ଦିବସତ୍ରୟ ଅଯାଚିତ ଅନ୍ନ ୨୪: ଗୁଣ୍ଡା ଭୋଜନ ଓ ଶେଷ ଦିବସତ୍ରୟ ଉପବାସ—ହିନ୍ଦୀ - ଶ) —୩. A kind of penance observed during ୧୨ days.
- ୪. ରୋହିଣୀ ନକ୍ଷତ୍ର —୪. The ୪th asterism.
- ୫. ଅପୁତ୍ରକ ବ୍ୟକ୍ତି ଆପଣା କନ୍ୟାର ପୁଅଟିଏ ହେଲେ ତାକୁ ପୁତ୍ରସ୍ୱରୂପ ଗ୍ରହଣ କରିବେ ଏହି ଉଦ୍ଦେଶ୍ୟରେ କନ୍ୟାକୁ ବିବାହ ଦେବା ପୂର୍ବେ ଯେଉଁ ଯଜ୍ଞ ସମ୍ପାଦନ କରନ୍ତି — ୫. A sacrifice performed before appointing one's daughter to raise an issue.
- ୬. ପ୍ରବ୍ରଜ୍ୟୀଶ୍ରମରେ ପ୍ରବେଶ କରିବା ପୂର୍ବେ ସର୍ବସ୍ୱ ଦକ୍ଷିଣା ଦେଇ ଯେଉଁ ଯଜ୍ଞ କରାଯାଏ — ୬. A vedic sacrifice performed by a person. who is going to enter into asceticism by giving away all his worldly belongings. to the offciating priests.