ପ୍ରାଣ ନାଥ
ଦେଖଣା
ପ୍ରାଣ ନାଥ
ଉଚ୍ଚାରଣ
[ସମ୍ପାଦନା]ପ୍ରାଣନାୟକ, ପ୍ରାଣପତିଅନ୍ୟରୂପ
ସଂସ୍କୃତ - ବି, (୬ଷ୍ଠୀ ତତ୍; ପ୍ରାଣ+ନାଥ)
[ସମ୍ପାଦନା]- ୧. ପ୍ରଭୁ — ୧. Lord.
- ୨. ସ୍ୱାମୀ; ପତି — ୨. Husband.
- ୩. ପ୍ରିୟତମ ବ୍ୟକ୍ତି — ୩. One's beloved person.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ପୁରୁଷଙ୍କ ନାମ — ୧. A name given to males.
[ ଦ୍ର—ଏ ଜାତିରେ କ୍ଷତ୍ରିୟ ଥିଲେ, ହିନ୍ଦୁ ଓ ମୁସଲମାନ ଧର୍ମର ଏକତା ସମ୍ପାଦନାର୍ଥ ଏ ଅନେକ ଗ୍ରନ୍ଥ ରଚନା କରିଥିଲେ ଓ ଏ ସମ୍ୱନ୍ଧେ ଉପଦେଶ ଦେଉଥିଲେ କବୀର ଓ ନାନକଙ୍କ ପରି ଏ ଆଜନ୍ନ ସାଧୁଥିଲେ ଏହାଙ୍କ ପ୍ରବର୍ତ୍ତିତ ଲମ୍ପ୍ରଦାୟର ନାମ 'ପ୍ରାଣନାଥୀ' ଏ ସମ୍ପ୍ରଦାୟାବଳମ୍ୱୀ ବୁନ୍ଦେଲଖଣ୍ଡରେ ଅନେକ ଅଛନ୍ତି ଏମାନେ ମୂର୍ତ୍ତିପୂଜା କରନ୍ତି ନାହିଁ ଏ ସମ୍ପ୍ରଦାୟରେ ଦାକ୍ଷିତ ହେବା ବ୍ୟକ୍ତି
ଏହି ସମ୍ପ୍ରଦାୟର ଅନ୍ୟ ବ୍ୟକ୍ତିଙ୍କ ସଙ୍ଗେ ଏକତ୍ର ଭୋଜନ କରିବାରୁ ବିଧି ଅଛି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏ ସମ୍ପ୍ରଦାୟରେ ପ୍ରବେଶ କରି ସୁଦ୍ଧା ଆପଣା ପୂର୍ବଜମାନଙ୍କ ଆଚାର ବ୍ୟବହାର ଛାଡ଼ିନ୍ତି ନାହିଁ—ହିନ୍ଦୀ - ଶ.]
- ୨. (ନାମ) ସମ୍ରାଟ ଆଓରଙ୍ଗଜେବଙ୍କ ସମସାୟିକ 'ପ୍ରାଣନାଥୀ' ସମ୍ପ୍ରଦାୟର ଆଚାର୍ଯ୍ୟ —୨. Name of a Hindu reformer who started the Prāṇanāthi sect