ପ୍ରାସ
ଦେଖଣା
ପ୍ରାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ଅ)
[ସମ୍ପାଦନା]- ୧. କ୍ଷେପଣୀୟ ଅସ୍ତ୍ରବିଶେଷ; କୁନ୍ତ; ଭାଲୀ — ୧. A dert; a shaft; a bearded dart.
- ୨. କେଞ୍ଚା; ତେଣ୍ଟା —୨. Harpoon; javelin.
- ୩. ବର୍ଷାସ୍ତ୍ର; ବର୍ଚ୍ଛା —୩. Spear.
- ୪. ଆଙ୍କୁଶି ଲାଗିଥିବା ଶର —୪. A barbed arrow.
[ ଦ୍ର—ଏହା ୭ ହାତ ଲମ୍ୱା ବଂଶଦଣ୍ଡର ଅଗରେ ଲୁହାର ତୀକ୍ଷ୍ଣ ମୁନିଆ ଫଳକଯୁକ୍ତ ଅସ୍ତ୍ରବିଶେଷ; ଫଳକର ନୀଚରେ ଓ ମୂଳରେ ରେସମ ସ୍ତବକ ସୁଶୋଭିତ ଥାଏ ଏହାର ୪ ପ୍ରକାର ବ୍ୟବହାର— ନିୟମ ଅଛି, ଯଥା;—ଆକର୍ଷଣ, ବିକର୍ଷଣ, ଧ୍ୱନନ ଓ ପଶ୍ଚାତ୍— ବିଦ୍ଧକରଣ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶରୀର ପରାସ; ଅଙ୍ଗର ଦରଜ — ୧. Bodily pain; tenderness to touch; smarting pain.
- ୨. ଦୁଃଖ; କଷ୍ଟ —୨. Trouble; pain.
ମୋ ଭାଇଙ୍କ କାହଁକି ଦିଅ ଏଡ଼େ ପ୍ରାସ. ତୁମ୍ଭଠାରେ ଆମ୍ଭେତ କରି ନାହୁଁ ଦୋଷ କୃଷ୍ଣସିଂହ. ମହାଭାରତ. ବନ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦରଜ ହୋଇଥିବା; ବେଦନାଯୁକ୍ତ — Painful; smarting.
ପ୍ରାସ ବାଜି କାହାରି ଦେହ ହେଲ ପ୍ରାସ କୃଷ୍ଣସିଂହ. ମହାଭାରତ. ବନ