Jump to content

ପ୍ରୁଫ୍

ଉଇକିଅଭିଧାନ‌ରୁ

ପ୍ରୁଫ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପ୍ରୁଫ୍ କାଗଜ, ପ୍ରୁଫ ଫର୍ଦ; ପ୍ରୁଫ୍ ସୀଟ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ) (ଛାପାଖାନାରେ ବ୍ୟବହୃତ ଶବ୍ଦ)

[ସମ୍ପାଦନା]

ଛାପା ହେବା ବିଷୟର ଅନ୍ତିମ ମୁଦ୍ରଣ ପୂର୍ବରୁ ନିଆଯିବା ଛାପ —Proof (in printing).

[ଦ୍ରଷ୍ଟବ୍ୟ —ପ୍ରୁଫ୍ ତିନି ପ୍ରକାର—ଗାଲୀ ପ୍ରୁଫ୍, ପେଜ୍ ପ୍ରୁଫ ଓ ଫର୍ମା ପ୍ରୁଫ କୌଣସି ଲିଖିତ ବିଷୟ ଛାପିବାକୁ ହେଲେ କମ୍ପୋଜିଟର୍ମାନେ ଲେଖା ଅନୁସାରେ ଟାଇପ୍ମାନ ଯୋଡ଼ନ୍ତି; ଏହା ଯୋଡ଼ା ହୋଇ— ଥିବା ଟାଇପ୍ମାନଙ୍କୁ ଷ୍ଟିକ୍ ବା ସ୍ତମ୍ଭମାନଙ୍କର ସଜାଇ ତହିଁରୁ ପ୍ରଥମେ ଯେଉଁ ଛାପ ନିଅନ୍ତି ତାକୁ ଗଲ ପ୍ରୁଫ୍ ବୋଲାଯାଏ ଗାଲୀ ପ୍ରୁଫ୍ରେ ଯେଉଁ ଯେଉଁଠାରେ ଭ୍ରମ ଥାଏ ତାକୁ ପ୍ରୁଫ୍ ରିଡ଼ର୍ ସଂଶୋଧନ କରନ୍ତି ଗାଲୀ ପ୍ରୁଫ୍ ସଂଶୋଧନ ହେବା ପରେ କମ୍ପୋଜିଟର୍ମାନେ ଦର୍ଶିତ ଭ୍ରମମାନଙ୍କୁ ସଂଶୋଧନ କରି ସେହି ସେହି ସ୍ଥାନରେ ନୂତନ ଟାଇପ୍ ବସାନ୍ତି ଉକ୍ତ ସଂଶୋଧିତ ପ୍ରୁଫ୍କୁ କମ୍ପୋଜିଟର୍ମାନେ ଅଭିପ୍ରେତ ପୁସ୍ତକର ପୃଷ୍ଠାରେ ଆକାର ଅନୁସାରେ ସଜାନ୍ତି ଏହାକୁ ପେଜ୍ ପ୍ରୁଫ୍ ବୋଲାଯାଏ ପେଜ୍ ପ୍ରୁଫ୍କୁ ପ୍ରୁପ୍ରିଡ଼ର୍ ପୁଣି ସଂଶୋଧନ କରନ୍ତି ଓ ଉକ୍ତ ସଂଶୋଧନ ଅନୁସାରେ କମ୍ପୋଜିଟର୍ମାନେ ନୂତନ ଟାଇପ୍ ବଦଳାଇ ଫର୍ମା ଇମ୍ପୋଜ କରି ଛାପା ପୂର୍ବରୁ ଯେଉଁ ପ୍ରୁଫ୍ ଦିଅନ୍ତି ତାହାକୁ ଫର୍ମା ପ୍ରୁଫ କହନ୍ତି ]