ପ୍ରେଜ୍ ପ୍ରୁଫ୍
ପ୍ରେଜ୍ ପ୍ରୁଫ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଛାପା ହେବା ବିଷୟ ଶେଷଥର ସଂଶୋଧିତ ହୋଇ ଛାପା ହେବାକୁ ଦିଆଯିବା ମୁଦ୍ରିତ ଫର୍ଦ —Page proof; final proof of a printed matter.
[ଦ୍ରଷ୍ଟବ୍ୟ —କୌଣସି ପାଣ୍ଡୁଲିପି ଛାପା ହେବା ପାଇଁ ଛାପାଖାନାକୁ ଦିଆ ଗଲେ କମ୍ପୋଜିଟର୍ମନେ ପ୍ରଥମେ ପାଣ୍ଡୁଲିପିରେ ଥିବା ଅକ୍ଷରମାନଙ୍କୁ ଯୋଡ଼ି ସ୍ଟିକ୍ରେ ବସାନ୍ତି ସେହି ଯୋଡ଼ା ସ୍ଟିକ୍ରୁ ଯେଉଁ ମୁଦ୍ରଣ ବା ଛାପ ନିଆଯାଏ ତାକୁ ଗାଲୀପ୍ରୁଫ (galley-proof) ବୋଲାଯାଏ ପ୍ରୁଫ୍ରିଡର୍ (ପ୍ରୁଫ୍ ସଂଶୋଧନକାରୀ ବ୍ୟକ୍ତି) ଉକ୍ତ ଗାଲୀ ପ୍ରୁଫ୍କୁ ଦେକି ସେଥିରେ ଥିବା ଭୁଲମାନ ସଂଶୋଧ କରନ୍ତି ଓ କମ୍ପୋଜିଟର୍ମାନେ ଉକ୍ତ ସଂଶୋଧନମାନଙ୍କ ଅନୁସାରେ ଗାଲୀ ପ୍ରୁଫ୍କୁ ସଂଶୋଧନ କରନ୍ତି ମୁଦ୍ରିତ ପୁସ୍ତକ ଯେଉଁ ଆକାରରେ (ଅର୍ଥାତ୍ କ୍ୱାର୍ଟୋ[ଚାରିପେଜି] , ଅକ୍ଟେଭୋ [ଆଠପେଜୀ], ବାରପେଜି, ଷୋଳପେଜୀ ଆଦି ଆକାରରେ) ଛାପା ହେବାର ବରାଦ ଥାଏ ସେହି ଆକାରରେ କମ୍ପୋଜିଟ୍ର ସଂଶୋଧିତ ଗାଲୀପ୍ରୁଫ୍— ମାନଙ୍କୁ ପୃଷ୍ଠା ପୃଷ୍ଠା କରି ସଜାନ୍ତି ତା ପରେ ପୃଷ୍ଠା ଅନୁସାରେ ସଜ୍ଜିତ ବିଷୟର ଛାପା ନିଆ ଯାଏ ଏହାକୁ ପେଜ୍ପ୍ରୁଫ୍— ବୋଲାଯାଏ ଏ ପେଜ୍ପ୍ରୁଫ୍କୁ ପ୍ରଫ୍ରିଡର୍ ଶେଷଥର ସଂଶୋଧନ କରନ୍ତି ଓ କମ୍ପୋଜିଟର୍ମାନେ ପେଜ୍ପ୍ରୁଫ୍ରେ ପରିଲକ୍ଷିତ ଭ୍ରମମାନଙ୍କୁ ସଂଶୋଧନ କଲା ପରେ ଉକ୍ତ ପେଜ୍ପ୍ରୁଫ୍ରୁ ଅନ୍ତିମ ମୁଦ୍ରଣ କରାଯାଏ ]