ପ୍ରେତ
ଦେଖଣା
ପ୍ରେତ
ଉଚ୍ଚାରଣ
[ସମ୍ପାଦନା](ପ୍ରେତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ଇ ଧାତୁ=ଯିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଗତ — ୧. Gone; departed.
- ୨. ମୃତ —୨. Dead; deceased.
ବିଶେଷ୍ୟ -
[ସମ୍ପାଦନା]- ୧. ଯଥାବିହିତ ଶ୍ରାଦ୍ଧାଦି ସମ୍ପନ୍ନ ହୋଇ ନ ଥିବା ମ଼ୃତ ବ୍ୟକ୍ତିର ଅମୋକ୍ଷ ଆତ୍ମା —୧. The departed soul of a man before his obsequial rites are performed.
- ୨. ପିଶାଚ; ଭୁତ —୨. Ghost; spectre; spirit; goblin.
- ୩. ନରକସ୍ଥ ପ୍ରାଣୀ ବା ଆତ୍ମା —୩. The departed souls; spirits of departed persons which are undergoing punishment in hell.
- ୪. ମୃତ ପ୍ରାଣୀ (ହିନ୍ଦୀ - ଶ) —୪. Dead being.
- ୫. ଶବ —୫. Dead body; corpse.
[ଦ୍ରଷ୍ଟବ୍ୟ —ହିନ୍ଦୁପୁରାଣ ମତରେ ମନଷ୍ୟ ମଲା ପରେ ତା ଶବର ସଂସ୍କାର ହେବା ପରେ ତାହାର ଆତ୍ମା ଅତିବାହିତ ବା ଲିଙ୍ଗ— ଶରୀର ଧାରଣ କରେ ତତ୍ପରେ ତାର ଔର୍ଦ୍ଧ୍ୱଦୈହିକ କ୍ରିୟା (ପିଣ୍ଡଦାନ ଓ ଶ୍ରାଦ୍ଧାଦି) ସମ୍ଫାଦିତ ହେବାବେଳେ ସେ ପ୍ରେତ— ଶରୀର ବା ଭୋଗ ଶରୀର ଧାରଣ କରେ ସପିଣ୍ଡୀକରଣ ପର୍ଯ୍ୟନ୍ତ ଏହି ଶରୀର ରହେ ସପିଣ୍ଡୀକରଣ କର୍ମ ସମ୍ପାଦିତ ହେଲେ ମନୁଷ୍ୟ ପ୍ରେତତ୍ତ୍ୱରୁ ମୁକ୍ତ ହୋଇ ନିଜର କର୍ମାନୁସାରେ ସ୍ୱର୍ଗ ବା ନରକକୁ ଯାଏ ଯେଉଁ ବ୍ୟକ୍ତିର ଶ୍ରାଦ୍ଧାଦି ଔର୍ଦ୍ଧ୍ୱଦୈହିକ କ୍ରିୟା ହୋଇ ନ ଥାଏ ସେ ପ୍ରେତ ହୋଇ ରହେ ପୁରାଣ ଅନୁସାରେ ପାପୀ, ଆଦାତା, ପସସ୍ତ୍ରୀଗାମୀ, ମିଥ୍ୟାବାଦୀ, ନିଷ୍ଠୁର ମାଦକସେବୀ ଓ କୁକର୍ମକାରୀ ବ୍ୟକ୍ତିମାନେ ମୃତ୍ୟୁ ପରେ ପ୍ରେତ ହୋଇ ରହନ୍ତି ପ୍ରେତମାନଙ୍କ ନିବାସ ମଳମୂତ୍ରାଦିପୂର୍ଣ୍ଣ ଅପରିସ୍କୃତ ସ୍ଥାନ ଓ ସେମାନଙ୍କ ଖାଦ୍ୟ ଅପବିତ୍ରବସ୍ତୁ ବୋଲି କଥିତ ଅଛି—ହିନ୍ଦୀ - ଶ]