Jump to content

ପ୍ରୋକ୍ତ

ଉଇକିଅଭିଧାନ‌ରୁ

ପ୍ରୋକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଉକ୍ତ)

[ସମ୍ପାଦନା]
୧. ପୂର୍ବୋକ୍ତ — ୧. Aforesaid.
୨. କଥିତ —୨. Spoken; declared.
୩. ଉଚ୍ଚାରିତ — ୩. Uttered.

ବିଶେଷ୍ୟ -

[ସମ୍ପାଦନା]
୧. କଥନ; କହିବା —୧. Speaking.
୨. (ପାଣିନିଙ୍କ ମତରେ) କଳ୍ପସୂତାଦି ଶାସ୍ତର ଯାହାକି ସାକ୍ଷାତ୍ ଈଶ୍ୱର ପ୍ରଣୀତ ନୁହେଁ ବୋଲି ଉକ୍ତ ହୋଇଅଛି; 'ବ୍ରାହ୍ମଣ' ନାମରେ ଖ୍ୟାତ ବେଦାଙ୍ଗବିଶେଷ —୨. Part of the Vedas said not to be the direct revelations; the traditional part of the scriptures; canonical part of the scriptures.

[ଦ୍ରଷ୍ଟବ୍ୟ —ପାଣିନି ବୈଦିକ ଶାସ୍ତ୍ରକୁ ୨ ଭାଗରେ ବିଭକ୍ତ କରି ଅଛନ୍ତି, ଯଥା—ସାକ୍ଷାତ୍ ଈଶ୍ୱର ପ୍ରଣୀତ ବା ଉକ୍ତ, ମୁନିମାନଙ୍କ ପ୍ରଣିତ ବା ପ୍ରୋକ୍ତ]