Jump to content

ପ୍ର(ୟା)ଗ

ଉଇକିଅଭିଧାନ‌ରୁ

ପ୍ର(ୟା)ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—ବହୁବ୍ରୀହି[ପ୍ର+ଯାଗ]

[ସମ୍ପାଦନା]
୧. ଶତକ୍ରତୁ; ଇନ୍ଦ୍ର — ୧. Indra.
୨. (ପ୍ର+ଯା ଧାତୁ+କର୍ତ୍ତୃ. ଅ+ଗ)—ଅଶ୍ୱ — ୨. Horse.
୩. (ପ୍ର+ଯାଗ) ଯଜ୍ଞ —୩. A sacrifice.
୪. (ଦ୍ର+ଯାଗ) ଯେଉଁଠାରେ ଯାଗ କରାଯାଏ; ଯଜ୍ଞଭୂମି — ୪. A place of sacrifice.
୫. (ପ୍ର+ଯାଗ) ଗଙ୍ଗା, ଯମୁନା ଓ (ଗୁପ୍ତା) ସରସ୍ୱତୀ ନଦୀମାନଙ୍କ ସଙ୍ଗମସ୍ଥଳ; ଆଲ୍ଲାହାବାଦ —୫. Allahabad at the confluence of the Ganges And the Jumuna.

[ଦ୍ରଷ୍ଟବ୍ୟ —ଏଠାରେ ଗଙ୍ଗା ଓ ଯମୁନା ମିଳିତ ହୋଇଅଛନ୍ତି ସରସ୍ୱତୀ ଏଠାରେ ମିଳିତ ହୋଇ ଥିବାର ବୋଲାଯାଏ କିନ୍ତୁ ବର୍ତ୍ତମାନ ସରସ୍ୱତୀ ନଦୀର କୌଣସି ଚିହ୍ନ ଏଠାରେ ଦେଖାଯାଏ ନାହିଁ ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥଳରେ ପୂର୍ବେ ବହୁ ଯାଗ ହୋଇଥିବାରୁ ଏହାର ନାମ ପ୍ରୟାଗ ହୋଇଅଛି ଏହା ହିନ୍ଦୁତୀର୍ଥରୂପେ ବହୁ ପ୍ରାଚୀନ କାଳରୁ ପ୍ରସିଦ୍ଧ ରାମାୟଣରେ ଉଲ୍ଲେଖ ଅଛି ଯେ ରାଜାମାନଙ୍କ ଅଭିଷେକପାଇଁ ଏଠାରୁ ଜଳ ଯାଉଥିଲା ରାମଚନ୍ଦ୍ର ବନଗମନ କାଳରେ ପ୍ରୟାଗରେ ଭରଦ୍ୱାଜ ମୁନିଙ୍କ ଆଶ୍ରମବାଟେ ଯାଇଥିଲେ ପ୍ରୟାଗ ବହୁକାଳ କୋଶଳ ରାଜ୍ୟର ଅନ୍ତର୍ଗତ ଥିଲା ଅଶୋକ ଆଦି ବୌଦ୍ଧ ରାଜାମାନଙ୍କ ସମୟରେ ଏଠାରେ ଅନେକ ବୌଦ୍ଧ ବିହାର ଥିଲା ଅଶୋକଙ୍କ ସ୍ତମ୍ଭ ଆଜିଯାକେ କିଲ୍ଲା ମଧ୍ୟରେ ଅଛି ଏ ସ୍ତମ୍ଭରେ ସମୁଦ୍ରଗୁପ୍ତଙ୍କ ପ୍ରଶସ୍ତି ଖୋଳା ହୋଇଅଛି ଖ୍ରୀଷ୍ଟ ୫ମ ଶତାବ୍ଦିର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିଆନ ଏଠାକୁ ଆସିଥିଲେ ଓ ସେ ସମୟରେ ଏହା କୋଶଳ ରାଜ୍ୟର ଅନ୍ତର୍ଗତ ଥିଲା ଖ୍ରୀଷ୍ଟ ସପ୍ତମ ଶତାବ୍ଦିରେ ଚୀନ ପରିବ୍ରାଜକ ହୁଏନ୍ସାଂ ଏଠାକୁ ଆସି ଏଠାରେ ଅକ୍ଷୟବଟକୁ ଦେଖିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଇଂରାଜଙ୍କ କିଲ୍ଲା ମଧ୍ୟରେ ଅକ୍ଷୟବଟ ବିଦ୍ୟମାନ ପୁରାଣମାନଙ୍କ ମଧ୍ୟରେ ପ୍ରାଚୀନତମ ମତ୍ସ୍ୟପୁରାଣରେ ଏ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି ଏହା ପ୍ରଜାପତିଙ୍କ କ୍ଷେତ୍ର ବୋଲି ଉକ୍ତ ପୁରାଣରେ ଲେଖାଅଛି ମାଘ ମାସରେ ଏଠାରେ ସବୁ ତୀର୍ଥମାନେ ବାସ କରନ୍ତି ଏଥିପାଇଁ ମାଘ (ମକର) ମାସରେ ଏଠାରେ ତ୍ରିବେଣୀ ସଙ୍ଗମରେ ସ୍ନାନ ବହୁପୁଣ୍ୟପ୍ରଦ ମତ୍ସ୍ୟ ପୁରାଣରେ ଗଙ୍ଗା ଯମୁନାର ଏଠାରେ ସଙ୍ଗମ ହୋଇଥିବାର ଲେଖା ଅଛି, କିନ୍ତୁ ସରସ୍ୱତୀର ସଙ୍ଗମ ବିଷୟ ଲଖା ନାହିଁ ସମ୍ଭବତଃ ଗଙ୍ଗା ଓ ଯମୁନା ଦୁଇଟି ବେଣୀ ଓ ସମ୍ମିଳିତ ନଦୀ ଦ୍ୱୟର ଧାର ଗୋଟିଏ, ଏପରି ତ୍ରିବେଣୀ ଥିବାରୁ ଏହାର ତ୍ରିବେଣୀ ନାମ ହୋଇଅଛି ପ୍ରୟାଗର ଆଧୁନିକ ନାମ ଆଲ୍ଲାହାବାଦ (ଫାରାସୀ - ଇଲ୍ଲାହାବଦ୍=ଈଶ୍ୱରଙ୍କ ନଗର) (ହିନ୍ଦୀ - ଶ.) ମୋଗଲ ସମ୍ରାଟଙ୍କ ସମୟରେ ଏହାର ଏହି ନାମ ହୋଇ ଅଛି ବର୍ତ୍ତମାନ ଏହା ଯୁକ୍ତପ୍ରଦେଶର ରାଜଧାନୀ; ଏଠାରେ ହାଇକୋର୍ଟ; ବିଶ୍ୱବିଦ୍ୟାଳୟ, ଲାଟଭବନ, କଲେଜ ଓ ସଙ୍ଗମ ସ୍ଥଳରେ ନଦୀତୀରରେ ଗୋଟିଏ ବଡ଼ କିଲ୍ଲା ଅଛି ଏଠାରେ ୧୨: ବର୍ଷରେ ଥରେ କୁମ୍ଭମେଳା ହୁଏ ତ୍ରିବେଣୀରେ ସ୍ନାନ କରି ହିନ୍ଦୁମାନେ ନୀଳମାଧବ ବିଗ୍ରହଙ୍କୁ ଦର୍ଶନ କରନ୍ତି ବର୍ତ୍ତମାନ ମଧ୍ୟ ଏଠାରେ ଗୋଟିଏ ରମଣୀୟ ସ୍ଥାନ ଭରଦ୍ୱାଜ ଆଶ୍ରମ ନାମରେ କଥିତ ଏଠାର ନଦୀରେ ବହୁ ସଂଖ୍ୟକ ବଡ଼ କଚ୍ଛପ ଦେଖା ଯାଆନ୍ତି ମୋତିଲାଲ ନେହେରୁ ଓ ଜହରଲାଲ ନେହେରୁଙ୍କ ପ୍ରାସାଦ ଓ ବିସ୍ତୃତ ହତା ଏଠାରେ ଅବସ୍ଥିତ ]