ପ୍ଳେଗ୍
ଦେଖଣା
ପ୍ଳେଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଗିଲ୍ଟି ଦରଜ ହୋଇ ଜ୍ୱର ହୋଇ ମୃତ୍ୱୁ ଘଟାଇବା ସଂକ୍ରାମକ ବ୍ୟାଧିବିଶେଷ; ମହାମାରୀ ରୋଗ — The bubonic plague.
[ଦ୍ରଷ୍ଟବ୍ୟ —ଏ ରୋଗୀକୁ ପ୍ରଥମେ ଜ୍ୱର ହୁଏ ଓ ତତ୍ପରେ ଅଣ୍ଟାତଳର, ବେକର ଓ କାଖର ଗିଲ୍ଟିମାନ ଫୁଲି ଦରଜେ ହୁଏ ଓ ୩୪: ଦିନେ ରୋଗୀର ମୃତ୍ୟୁ ହୁଏ ଏହା ଲେଭାଣ୍ଟ୍ରୁ ଇଉରୋପକୁ ଖ୍ରୀଷ୍ଟ ଷଷ୍ଠଶତାବ୍ଦିରେ ସଂକ୍ରମିତ ହୋଇ ଇଉରୋପର ବହୁଦେଶରେ ବ୍ୟାପିଥିଲା ବିଲାତରେ ଏ ରୋଗଦ୍ୱାରା ନଗର ଓ ଗ୍ରାମମାନ ଜନଶୂନ୍ୟ ହୋଇଗଲା ଏହା ଉନବିଂଶ ଶତାବ୍ଦିରେ ଭାରତକୁ ସଂକ୍ରମିତ ହୋଇ ଭାରତର ସମସ୍ତ ଅଞ୍ଚଳରେ ବ୍ୟାପିଥିଲା; ବର୍ତ୍ତମାନ ଭାରତରୁ ପ୍ଲେଗ୍ ରୋଗ ସପୂର୍ଣ୍ଣ ନିରାସିତ ହୋଇ ନ ଥିଲେହେଁ ପୂର୍ବପରି ତାହାର ଆଉ ଦାଉ ନାହିଁ ଏରୋଗୀ ମଧ୍ୟରୁ ଶତକଡ଼ା ୯ ଠାରୁ ୯୫: ପର୍ଯ୍ୟନ୍ତ ମୃତ୍ୟୁମୁଖରେ ପଡ଼ନ୍ତି—ହିନ୍ଦୀ - ଶ.]