ଫଳିବା
ଦେଖଣା
ଫଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଫଳ୍ ଧାତୁ)
[ସମ୍ପାଦନା]- ୧. ଫଳ ଧରିବା; ପଳଯୁକ୍ତ ହେବା —୧. To bear fruit; to fructify.
ଭଲାତ ମୋ କପାଳ ଲଗାଇଲି ରସାଳ ନିମ୍ୱ ଫଳିଲାରେ କବିସୂର୍ଯ୍ୟ. ସଂଙ୍ଗୀତ
- ୨. ସଫଳ ହେବା; କୃତକାର୍ଯ୍ୟ ହେବା —୨. To succeed.
ହରିଦଶ୍ୱ ଦେବ ସୁତା ତଟ ନାଟ ତତ୍ପରତା ହାଟକାଙ୍ଗୀ ଲାଭ ପଳ ଫଳିଲାରେ କବିସୂର୍ଯ୍ୟ ତତ୍ନାକର ଚମ୍ପୂ ହ ଗୀତ
- ୩. ଲାଭଯୁକ୍ତ ହେବା —୩. To be profitable.
- ୪. ଦେହରେ (କାଛୁ, ଘିମିରି ଓ ବ୍ରଣ ଆଦି) ବାହାରିବା — ୪. To come out of the body (as eruptions).
- ୫. ଭାରାଦି ବହିବା ହେତୁରୁ (ଅଙ୍ଗବିଶେଷ) ସ୍ଫୀତ ହେବା — ୫. To get swoollen on account of carrying loads (said of a part of the body).
ପୁଣି ଦେଖୁଅଛି ଜ୍ୟାଘାତ ସକାଶରେ ଫଳିଛି ବେନିକର ଅତ୍ୟନ୍ତ ନିଷ୍ଠୁରରେ କୃଷ୍ଣସିଂହ, ମହାଭାରତ ସଭା
- ୫. (ଗାଭୀ ଆଦି ପଶୁ) ସନ୍ତାନ ପ୍ରବେଶ କରିବା — ୫. To bear offsprings.
- ୬. ଫଳ ପ୍ରଦାନ କରିବା —୬. To give fruits.
ସୁକୃତ ଫଳେ ଯଥା ପାଇ ସୁକ୍ଷଣ—ରାଧାନାଥ. ତୁଳସୀ ସ୍ତବକ
- ୭. କାର୍ଯ୍ୟରେ ଘଟିବା — ୭. To happen; to take place.
ଜୟଜନ ଫଳଟି ଫଳିବ ସତ୍ୱରେ—କୃଷ୍ଣସିଂହ. ମହାଭଭାରତ ସଭା
- ୮. ମିଳିବା; ପ୍ରାପ୍ତ ହେବା — ୮. To be found; to be attained.
ଉତ୍କଳ ମାତାଙ୍କ ମୃତ୍ତିକା ବଳେ ଯତନ କରିଲେ ରତନ ଫଳେ ଭିକାରୀ ଗୀତ ଲହରୀ
- ୯. ଉତ୍ପନ୍ନ ହେବା; (ଫଳ) ଉପୁଜିବା — ୯. To ensue; (a fruit) to be produced.
ତାହାର ଅଶ୍ୱମେଧ ଯାଗ କଲା ଫଳ ପଳଇ ଆହେ ଭୀଷ୍ମ ରଥିଙ୍କ ଶାର୍ଦ୍ଦୁଳ କୃଷ୍ଣସିଂହ ମହାଭାରତ ବନ
===ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ଗାର୍ଭୀ ଆଦି)
ଗର୍ଭବତୀ ହେବା — (a beast) To become pregnant.