Jump to content

ଫସଳୀ

ଉଇକିଅଭିଧାନ‌ରୁ

ଫସଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ଫସଲ ଉତ୍ପନ୍ନ ହେବା କାଳରୁ ଗଣା ଯିବା (ବର୍ଷ) —୧. (the year) Calculated from the harvest time.
୨. ଫସଲ ସମ୍ୱନ୍ଧୀୟ — ୨. Pertaining to a crop.

[ଦ୍ରଷ୍ଟବ୍ୟ —ଫସଲୀ ସନ ଫସଲ ଅମଳ ହେବା ସମୟରୁ ଗଣନା କରାଯାଏ ମୁସଲମାନମାନଙ୍କ ହିଜିର ସନ ଚାନ୍ଦ୍ରମାନ ରିତିରେ ଗଣା ଯାଏ ମୋଗଲ ସମ୍ରାଟ ଆକବର ୧୪୭୮: ଶକାବ୍ଦ ଠାରୁ ଫସଲୀ ସନ ସୌରମାନ ଗଣନା କ୍ରମେ ଚଳାଇଲେ କିନ୍ତୁ ଭାରତର ଭିନ୍ ଭିନ୍ନ ଅଞ୍ଚଳରେ ପ୍ରଧାନ ଫସଲ ଅମଳ ହେବା ଋତୁରେ ବିଭିନ୍ନତା ଅନୁସାରେ ଫସଲୀ ସନର ଗଣନା ମଧ୍ୟ ବିଭିନ୍ନ ହୋଇଅଛି ଫସଲୀ ସନକୁ ମଧ୍ୟ ଦିଲ୍ଲୀଶ୍ୱରାଦ୍ଦ ବା ଅମଳି ମନ ବୋଲାଯାଏ ଓଡ଼ିଶାରେ ଭାଦ୍ର ଶୁକ୍ଳ ଦ୍ୱାଦଶୀ ଠାରୁ ଅର୍ଥାତ୍ ସୁନିଆ ଠାରୁ ଫସଲୀ ସନ ଆରମ୍ଭ ହୁଏ, ବଙ୍ଗଳାରେ ମହାବିଷୁବସଂକ୍ରାନ୍ତିର ପର ଦିବସଠାରୁ ଓ ଉତ୍ତର ଭାରତରେ ଚାନ୍ଦ୍ରି ଆଶ୍ୱିନ ଆରମ୍ଭରୁ ଫସଲୀ ସନର ଗଣନା ହୁଏ ଓଡ଼ିଶାର ପ୍ରଜାତନ୍ତ୍ର ଆଇଲେ ଫସଲୀ ସନ ମହାବିଷୁବ ସଂକ୍ରାନ୍ତିଠାରୁ ଗଣନା କରାଯାଏ ଫସଲୀ ସନର ବର୍ଷ ସଂଖ୍ୟା ନ ଜାଣିବା ଲୋକଙ୍କୁ ପ୍ରଥମେ ଗୋଳମାଳିଆ ବୋଧ ହୁଏ ଆକବର ବାଦସାହା ଯେଉଁ ସମୟରେ (୧୪୭୮: ଶତାବ୍ଦିରେ) ଏହା ପ୍ରଥମେ ଚଲାଇଲେ, ସେ ସମୟରେ ଯେଉଁ ହିଜିରୀ ସନ (୯୬୩: ସାଲ) ହୋଇଥିଲା ତହିଁର ସଂଖ୍ୟାଗଣନାରୁ ପ୍ରଥମ ଫସଲୀ ସନର ଗଣନା ାରମ୍ଭ ହେଲା ଓ ଫସଲ ସନର ଗଣନା ହିଜିର ସନ ପରି ଚାନ୍ଦ୍ରାମାନ ଗଣନା କ୍ରମେ ନ ହୋଇ ସୌରମାନ ଗଣନାକ୍ରମେ ଚଳିଲା ଓ ଆଜି ପର୍ଯ୍ୟନ୍ତ ଚଳି ଆସୁଅଛି ଅତଏବ ଫସଲୀ ସନର ସଂଖ୍ୟା ଶକାଦ୍ଦି ସଂଖ୍ୟାଠାରୁ ୭୯: ବର୍ଷ କମ୍ ଓ ଖ୍ରୀଷ୍ଟାବ୍ଦ ସଂଖ୍ୟାକୁ ୫୯୩: ବର୍ଷ କମ୍ ଉଦାହରଣ ସ୍ୱରୁପ ଖ୍ରୀଷ୍ଟାଦ୍ଦ ୧୯୩୪: =ଶତାବ୍ଦି ୧୮୫୬: =ଫସଲୀ ସନ ୧୩୪୨: ଅଟେ]