ଫିଟାଇବା
ଦେଖଣା
ଫିଟାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫିଟାଇବା
|
[ ଫିଟାଇ ଦେବା, ଫିଟାଇ ପକା (କେ)ଇବା—ଅନ୍ୟରୂପ]
ଦେଶଜ - କ୍ରି. (ସଂସ୍କୃତ - ଫେଟ ବା ସ୍ଫିଟ୍ ଧାତୁର ଣିଜନ୍ତ)
[ସମ୍ପାଦନା]- ୧. ଖୋଲିବା; ମୁକ୍ତ କରିବା; ମେଲା କରିବା; ଉଦ୍ଘାଟନ କରିବା —୧. To untie; to open; to unfasten.
- ୨. ମୁକୁଳାଇବା; ବନ୍ଧନ ମୁକ୍ତ କରିବା —୨. To release.
ଜରାସନ୍ଧି ମାରଂ ରାଜାଙ୍କୁ ଫିଟାଇବା କୃଷ୍ଣସିଂହ. ମହାଭାରତ ସଭା
- ୩. (ଗୁପ୍ତ କଥା) ପ୍ରକାଶ କରି କହିବା — ୩. To divulge (a secret).
- ୪. ବ୍ୟାଖ୍ୟା କରି କହିବା — ୪. To explain clearly.
ଫିଟାଇ କହିଲି ତୁମ୍ଭଙ୍କୁ ବନମାଳୀ କୃଷ୍ଣସିଂହ. ମହାଭାରତ ସଭା
- ୫. ବିସ୍ତୃତ କରିବା —୫. To spread out.
- ୬. ତ୍ୟାଗ କରିବା; ଛାଡ଼ିବା —୬. To give up.
ମାରକଣ୍ଡ ଋଷି ରାମ ଅଗ୍ରତେ କହି ଏକ ମନେ ଶୁଣ ନରେ ତପ ଫିଟାଇ ପ୍ରାଚୀ. ନଳ ଚରିତ