Jump to content

ଫିଟିବା

ଉଇକିଅଭିଧାନ‌ରୁ

ଫିଟିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଫଟିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ସ୍ଫିଟ୍ ଧାତୁ)

[ସମ୍ପାଦନା]
୧. ବନ୍ଧନରୁ ମୁକ୍ତ ହେବା — ୧. To bereleased.

ତାର ସେବାରେ ଶ୍ରମ ତୁଟେ ଅଶେଷ ମାୟା ବନ୍ଧ ଫିଟେ ଜଗନ୍ନାଥ. ଭାଗବତ

୨. ଉନ୍ନୁକ୍ତ ହେବା; ଉଦ୍ଘାଟିତ ହେବା; ମେଲା ହେବା —୨. To be opened; to be loosened.
୩. ପ୍ରକାଶିତ ହେବା —୩. To appear.
୪. ବାହାରିବା —୪. To come forth; to issue.

ଇନ୍ଦ୍ରଙ୍କଠାରୁ ବଜ୍ର ଫିଟ ଅଭି ଅଣ୍ଟେ ବାଜିଲା ସ୍କନ୍ଦଙ୍କର ଯାଇ ଦକ୍ଷ ପଟେ କୃଷ୍ଣସିଂହ, ମହାଭାରତ ବନ

୫. ବିଦୂରିତ ହେବା —୫. To be removed.

ରେ କିଶୋରି ଫିଟଗଲା ଯେ ସନ୍ଦେହି କବିସୂର୍ଯ୍ୟ କିଶୋରୀ ଚମ୍ପୂ ଫ ଗୀତ

୬. ନଷ୍ଟ ହେବା —୬. To be lost.

ଗଳେ ହେଲେ ଜାତି ମହତ୍ତି ଫିଟି ତୁଟି ଲୁଟି ଯାଉ କବିସୂର୍ଯ୍ୟ. ସଙ୍ଗୀତ

୭. ପୃଥକ୍ ହେବା —୭. To be separated.
୮. (ଝର) ବହିବା —୮. (a spring) To flow out.

ଫିଟିଛି ଝର ଦେଖ ଟାଙ୍ଗର ଅଙ୍ଗେ ରାଧାନାଥ. ତୁଳସୀସ୍ତବକ

୯. ପ୍ରତ୍ୟାହାର କରାଯିବା —୯. To be withdrawn.
୧. (ମୁହଁ) ବାକ୍ୟ ଉଚ୍ଚାରଣ କରିବା — ୧୦. (the mouth) To open for speaking.

ମୃଖ ଫିଟିଲେ ଦୁଃଖ ଯାଏ—ତଗ

୧୧. (କପାଳ) ସୌଭାଗ୍ୟଯୁକ୍ତ ହେବା —୧୧. (one's luck) To be good; to be favourable.
୧୨. (କେଶ) ଗ୍ରନ୍ଥିବିହୀନ ହେବା — ୧୨. (the hair) To be dishevelled or untied.